ଚୌଦ୍ୱାର ବୟନ ଶିଳ୍ପ ତାଲିମ କେନ୍ଦ୍ରରୁ ଚୋରି ସାମଗ୍ରୀ ଜବତ: ୩ଗିରଫ

ଚୌଦ୍ୱାର ବୟନ ଶିଳ୍ପ ତାଲିମ କେନ୍ଦ୍ରରୁ ଚୋରି ସାମଗ୍ରୀ ଜବତ: ୩ଗିରଫ

ଚୌଦ୍ୱାର ବୟନ ଶିଳ୍ପ ତାଲିମ କେନ୍ଦ୍ରରୁ ଚୋରି ସାମଗ୍ରୀ ଜବତ: ୩ଗିରଫ

News by Smruti Ranjan Tripathy (Cdr)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୁଲିସକୁ ମିଳିଛି ବଡ ସଫଳତା। ପ୍ରାପ୍ତ ସୂଚନା ମୁତାବକ ସ୍ଥାନୀୟ ଚୌଦ୍ୱାର ଗାନ୍ଧିଛକ ବଜାରରେ ଅବସ୍ଥିତ ସରକାରୀ ବୟନ ଶିଳ୍ପ ଅନୁଷ୍ଠାନର ଚୋରି ହୋଇଥିବା ସାମଗ୍ରୀକୁ ଜବତ୍ କରିଛି ଚୌଦ୍ୱାର ପୁଲିସ। ଗତ ୭ ତାରିଖ ଦିନ କିଛି ଦୁବୃର୍ତ୍ତ ଅନୁଷ୍ଠାନର ଫେବ୍ରିକେଶନ ଲ୍ୟାବରୁ ମୋଟର ଓ ତାର ଚୋରି କରିଥିଲେ। ଏ ବିଷୟରେ ଜାଣିବା ପରେ ଅନୁଷ୍ଠାନର ଅଧ୍ୟକ୍ଷ କାହ୍ନୁଚରଣ ଦାସ ୮ ତାରିଖ ଦିନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ତାର ତଦନ୍ତ ଜାରି ରଖିଥିଲା। ଥାନା ସବ ଇନ୍ସପେକ୍ଟର ଏସ ଆର ଜଲି ଏ ନେଇ ୩ ଜଣ ଦୁବୃର୍ତ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ସନ୍ତୋଷ ବାରିକ, ବବୁଲ ସାମଲ,ଦୀପକ କୁମାର ବେହେରା ସମସ୍ତ ଅଭିଯୁକ୍ତ ମାନେ ଚୌଦ୍ୱାର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ୮ ଟି ମୋଟର ଓ ୧ କେଜି ତମ୍ବା ତାର ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ କେସ ନମ୍ବର ୪୦୪ ଅନୁଯାୟୀ ଭାରତୀୟ ଦଣ୍ଡ ବିଧି ଅନୁଯାୟୀ ଦଫା ଲଗାଇ କୋର୍ଟ ଚାଲଣ କରାଯାଇଛି।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ