ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ ଚାଲାଣ ଉପରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ସୂଚନା ମୁତାବକ ଚୌଦ୍ୱାର ଦେଇ ମଙ୍ଗୁଳି ଆଡ଼େ ଯାଉଥିବା ଏକ ଟାଟା ଇଣ୍ଡିଗୋ କାର ଓ ହୋଣ୍ଡା ଫ୍ଲେମ୍ ମୋଟର ସାଇକେଲ ଯୋଗେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ସମୟରେ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସତ୍ୟରଞ୍ଜନ ବେହେରା, ତପନ ମଲ୍ଲିକ, ଶଙ୍କର୍ଷଣ ତରାଇ, ପ୍ରଭାତ ପରିଡା ଓ ସମସ୍ତେ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୭୭୦ ଲିଟର ଚୋରା ଦେଶୀ ମଦ ସହ ଉକ୍ତ ଗାଡି ଦୁଇଟିକୁ ମଧ୍ୟ ଜବତ କରାଯାଇଛି ଜବତ୍ ମଦର୍ ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚୌଦ୍ୱାର ଅବକାରୀ ଥାନା ଅଧିକାରୀ ବାପି ସାହୁ କହିଛନ୍ତି ।ଏହି ଚଢାଉ ସମୟରେ ସହଅଧିକାରି ଆଶୁତୋଷ ଜେନା, ଅନ୍ୟ ଜଣେ ସହ ଅଧିକାରୀ ପିନାକୀ ରଞ୍ଜନ ରାଉତରାୟ,କନେଷ୍ଟବଳ ଦେବବ୍ରତ ଓଝା, ରାଜକୃଷ୍ଣ ବିଶ୍ୱାଳ, ଲକ୍ଷ୍ମଣ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ