ଚୌଦ୍ୱାରରେ ବିଜେପିର ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ

ଚୌଦ୍ୱାରରେ ବିଜେପିର ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ସ୍ଥିତ ପୋଟଳଇ ମନ୍ଦିର ପ୍ରାଙ୍ଗଣରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ମିଶନ ଲାଇଭ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ପଡ଼ିଆରେ ବୃକ୍ଷ ରୋପଣ କରାଯାଇଥିଲା । ୧୩ ନମ୍ବର ୱାର୍ଡ ସ୍ଥିତ ପାଇକରାପୁର ଗ୍ରାମ ହନୁମାନ ମନ୍ଦିର ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲ । ସେହିଭଳି ୧୪ନମ୍ବର ୱାର୍ଡ ସ୍ଥିତ ମଣ୍ଡାପଡ଼ା ଠାରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ପୋଟଳଇ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ସଭା ଓ ବନ୍ଧୁ ମିଳନ ର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ସଭାରେ ମଣିଷ ଓ ବୃକ୍ଷ ମଧ୍ୟରେ ରହିଥିବା ନିବିଡତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗୁରୁତ୍ୱରୋପ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ୱାଇଁ, ରମେଶ ନାୟକ, ନୃସିଂହ ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ଅକ୍ଷୟ ଭୂୟାଁ, ରଞ୍ଜିତା ନାୟକ, ପ୍ରସାନ୍ତ ହୋତା, ଧୀରେନ୍ଦ୍ର ସିଂ, ଶିବ ନାରାୟଣ ନାୟକ, ସୁବୋଧ ବାରିକ, ଲିଲି ମହାପାତ୍ର, ସଞ୍ଜୟ ମହାରଣା ପ୍ରମୁଖ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *