ଚୌଦ୍ୱାରରେ ଫୋଟୋଗ୍ରାଫର୍‌ମାନଙ୍କ କର୍ମଶାଳା

ଚୌଦ୍ୱାରରେ ଫୋଟୋଗ୍ରାଫର୍‌ମାନଙ୍କ କର୍ମଶାଳା

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଫୋଟୋଗ୍ରାଫର୍ ଆସୋସିଏସନ୍ ଆନୁକୁଲ୍ୟରେ ଫଟୋଗ୍ରାଫରମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଚୌଦ୍ୱାର ଫଟୋଗ୍ରାଫର୍ ଆସୋସିଏସନ୍ ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ଯଯାତି କେଶରୀ କ୍ଲବ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ଉପନଗରପାଳ ଶୁଭେନ୍ଦୁ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଫଟୋ ଉତ୍ତୋଳନକାରୀ ନିଜସ୍ୱ ଜ୍ଞାନ, ବିକେବକୁ ଉପଯୋଗ କରି ସମାଜକୁ ନୂତନ ବାର୍ତ୍ତା ଦେଉଥିବା କଥାକୁହା ଫଟୋ ଉତ୍ତୋଳନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଫଟୋଗ୍ରାଫର୍ ମହସଙ୍ଘ ଓଡ଼ିଶା ସାଙ୍ଗଠନିକ ସମ୍ପାଦକ ଅବିନାଶ ପାତ୍ର, କ୍ୟାନନ୍ ମେଣ୍ଟର ଦିଲ୍ଲୀପ କୁମାର ଦାଶ ଯୋଗ ଦେଇ ଥିଲେ । ଏହି କର୍ମଶାଳାରେ ମେଣ୍ଟର ଶ୍ରୀ ଦାଶଙ୍କ ଦ୍ୱାରା ସମସ୍ତଙ୍କୁ ନୂତନ ବିକଶିତ କ୍ୟାମେରା ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଭଳି କର୍ମଶାଳା ଦ୍ୱାରା ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଫଟୋଗ୍ରାଫରମାନେ ଉପକୃତ ହୋଇ ପାରିବେ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥଲେ । ଏହି କର୍ମଶାଳା ପରିଚାଳନାରେ ସଂଜୀବ ତିୱାରୀ, ଦୀପକ ବେଉରା, ଚିନ୍ମୟ ବେହେରା, ସ୍ୱାଧୀନ ଦାସ, ପ୍ରକାଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *