ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ପୌରାଞ୍ଚଳରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ‘ଜାଗା ସମ୍ପର୍କ’ ଭଳି ଏକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଚୌଦ୍ୱାର ପୌରପାଳିକା ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ସଂସ୍ଥା (ଡୁଡା) କଟକର ମୁଖ୍ୟ ଅକ୍ଷୟ କୁମାର ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ପ୍ରତ୍ୟେକ ଲୋକ ଏକ ସମ୍ମାନଜନକ ଜୀବନ ଯାପନ ପାଇଁ ହକ୍‌ଦାର ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥପଡ଼ା ବସ୍ତି, ଲେବରଟେନାମେଣ୍ଟ ବସ୍ତି, ଗୁଣ୍ଡିଚାବିହାର ବସ୍ତି ଓ କେଦାରେଶ୍ୱର ବସ୍ତିର ସମସ୍ତ ଅଧିବାସୀ ଯୋଗ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କର ଏହି ଯୁଗାନ୍ତକାରୀ ଯୋଜନାର ସୁଫଳ ସମସ୍ତଙ୍କୁ ମିଳିପାରିଛି ଏବଂ ସମଗ୍ର ବସ୍ତିବାସିନ୍ଦାମାନେ ସରକାରଙ୍କ ଉଦ୍ଦେଶ୍ୟ ନିମନ୍ତେ ସହଯୋଗ କରିବାକୁ ବସ୍ତିବାସିନ୍ଦା ସଂଘର ଉପଦେଷ୍ଟା ତଥା କଟକ ଜିଲ୍ଲା ବିଜେଡ଼ି ସଂପାଦକ ଶୁଭେନ୍ଦୁ ସାମଲ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ଜେନା, ବିଜୟ କୁମାର ମହାନ୍ତି, ରଞ୍ଜନ କୁମାର ବାରିକ, ତନୟ କୁମାର ନନ୍ଦ, ସି.ଏମ୍‌.ଏମ୍ ଶିକ୍ତା ମହାନ୍ତି, ପ୍ରତିମା ବେହେରା, ନିର୍ମଳା ପ୍ରଧାନ, କବିତା ବେହେରା, ମନାସୀନି ସାହୁ, ସୁରେଖା ସାହୁ, କାଜଲ ଭଟ୍ଟ, ଟିଡି ମହାଦେବ ଜେନା, ତପନ କୁମାର ସାହୁ, ସୁଜିତ୍ କୁମାର ଦାସ, ଅର୍ଚ୍ଚନା ମହାନ୍ତି, ରଶ୍ମୀଲତା ରାଉତ, ବୀଣାପାଣି ଦାଶଙ୍କ ସହ ବସ୍ତିବାସିନ୍ଦାର ଅନେକ କର୍ମକର୍ତ୍ତା ଓ ବହୁ ଲୋକ ଯୋଗ ଦେଇଥିଲେ । ଏହାସହ ସମସ୍ତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଚୁକ୍ତିନାମା ସ୍ୱାକ୍ଷର କରାଯାଇ ସମସ୍ତ ବସ୍ତିର ସଭାପତିମାନଙ୍କୁ ପ୍ରଦାନ କରାଯାଇଥିବାବେଳେ ପୌରପାଳିକାର ଗୋଷ୍ଠୀ ସଂଯୋଜିକା ବାସନ୍ତୀ ସାହୁ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *