ଚୋରି ଗୁମର ଖୋଲିଲା ଚାନ୍ଦିଲି ପୋଲିସ
ରାୟଗଡା (ଏନ୍.ଏମ୍.): ସ୍ଥାନୀୟ ଚାନ୍ଦୀଲି ଥାନା ଥେରୁବାଲି ଫାଣ୍ଡି ରେଳଷ୍ଟେସନ ନିକଟ ବିଦେଶୀ ମଦଦୋକାନରୁ ହୋଇଥିଲା ହୋଇଥଲା ଚୋରି। ମାତ୍ର ଚୋରି ଘଟଣାର ୭ ଦିନ ମଧ୍ୟରେ ତା’ର ପର୍ଦ୍ଧାଫାସ କରିଛି ଚାନ୍ଦିଲି ପୋଲିସ। ଚୋରିରେ ସମ୍ପୃକ୍ତ କୋଲନରା ବ୍ଲକ କାର୍ତ୍ତିକ ଗୁଡା ପଞ୍ଚାୟତର ସମିତିସଭ୍ୟଙ୍କୁ ଗିରଫ ମଧ୍ୟ କରିଛି। ଖାଲି ସମିତି ସଭ୍ୟ ନୁହନ୍ତି ତାଙ୍କ ସହିତ ଆଉ ୪ ଜଣକୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୨ଲକ୍ଷ ୫୦ହଜାର ଟଙ୍କା ଜବତ କରିଛି ପୋଲିସ। ଚୋରିରେ ବ୍ୟବହୃତ ଗୋଟିଏ ବୁଲେଟ ଓ ଗଁଇତି ମଧ୍ୟ ଜବତ କରିଛି ଚାନ୍ଦିଲି ପୋଲିସ। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଚଳିତ ମାସ ୬ ତାରିଖ ରାତିରେ ମଦଦୋକାସନ ତାଡି ୨ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁବୃର୍ତ୍ତ। ଏନେଇ ଚାନ୍ଦିଲି ଥାନରେ ମଦ ଦୋକାନ କର୍ମଚାରୀ ଲିଖିତ ଅଭିଯୋଗ କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଚୋରଦଳକୁ ଗିରିଫ କରିବାରେ ସଫଳ ହୋଇଥିଲା। ଏନେଇ ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓଙ୍କ ସମେତ ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା,ଏସଆଇ ଆଶୁତୋଷ ସାହୁ, ଥେରୁବାଲି ଫାଣ୍ଡିର ହରେକୃଷ୍ଣ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।