ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ

ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ


କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ୧ଶହ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଏକାଡେମୀର ସଚିବ ପଞ୍ଚାନନ ସାମଲ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ପ୍ରଭାଂଶୁ ସାମନ୍ତରାୟ ଓଏକାଡେମୀର ସଦସ୍ୟ ଅକ୍ଷୟ କୁମାର ସାମଲ ଯୋଗ ଦେଇଥିଲେ । ଗ୍ରୁପର ସଂପାଦକ ଶଶିକାନ୍ତ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୀପକ ମିଶ୍ର, ବିମ୍ବାଧର କୁଅଁର, କୈଳାସ ରଣା, ସୁଜିତ୍ ସ୍ୱାଇଁ, ପ୍ରଶାନ୍ତ ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସଭାପତି ଲକ୍ଷ୍ମୀଧର ରଣା, ବିଶିଷ୍ଟ ପ୍ରକାଶକ ଉମେଶ ପ୍ରସାଦ ସାହୁ, ବରିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ କେଦାରନାଥ ବେହେରା ଡାକ୍ତର ଯୋଗେଶ୍ୱର ପାଣି ଚିତ୍ରଶିଳ୍ପୀ କାନୁନ୍‌ଗୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୨୫୦ରୁ ଅଧିକ କୁନିକୁନି ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ସହ ସଂପାଦକ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *