ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ: ମନୋବଳ ବଢ଼ାଇଲେ ଦଳୀୟ କର୍ମୀ ଓ ନେତା

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ: ମନୋବଳ ବଢ଼ାଇଲେ ଦଳୀୟ କର୍ମୀ ଓ ନେତା

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ: ମନୋବଳ ବଢ଼ାଇଲେ ଦଳୀୟ କର୍ମୀ ଓ ନେତା


ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରି ଆଜି ଦଳର ବରିଷ୍ଠ ନେତା, କର୍ମୀ ଓ ସମର୍ଥକମାନେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ବିଦାୟ ଦେଇଛନ୍ତି। ସମସ୍ତେ ତାଙ୍କର ସଫଳ ଅସ୍ତ୍ରୋପଚାର ଓ ଖୁବଶୀଘ୍ର ସୁସ୍ଥ ହୋଇ ଭୁବନେଶ୍ୱର ଫେରିବାର କାମନା କରିଛନ୍ତି ଦଳୀୟ ନେତା ଓ କର୍ମୀ। ଦଳର ମହିଳା ସଦସ୍ୟାମାନେ ତାଙ୍କ ପାଇଁ ନବୀନ ନିବାସରେ କଳସ ବସାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ନବୀନଙ୍କୁ ଦଳର କର୍ମୀ ଓ ନେତାମାନେ ଭାବବିହ୍ୱଳ ବିଦାୟ ଜଣାଇବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ନବୀନଙ୍କ ମନୋବଳ ବୃଦ୍ଧି ପାଇଁ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଲୋଗାନ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ, ୨୨ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ହେବ ବୋଲି ନବୀନ ନିଜେ ଦୁଇଦିନ ତଳେ(୧୮ତାରିଖରେ) ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ। ଏହାସହିତ ତାଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ନିର୍ବାହ କରିବେ ବୋଲି ମଧ୍ୟ ନବୀନ ସୂଚିତ କରାଇଥିଲେ। ତେବେ ନବୀନଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ତାଙ୍କର ମନୋବଳ ବଢ଼ାଇବା ପାଇଁ ଦଳ ପକ୍ଷରୁ ଗୁରୁବାର ଶଙ୍ଖଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁସାରେ ଦଳର ନେତାମାନେ ନିଜ ନିଜର ସମର୍ଥକ ଓ ସ୍ଥାନୀୟ ଲୋକଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ବିଜେଡିର ବହୁ କର୍ମୀ, ନେତା ଭୁବନେଶ୍ୱରରେ ପହଞ୍ଚି ନବୀନଙ୍କୁ ବିମାନବନ୍ଦର ପର୍ଯ୍ୟନ୍ତ ବାଟେଇ ଦେଇଛନ୍ତି।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ