ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ

News by Anandaprasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଗଦା ବିନାୟକପୁର ସ୍ଥିତ ଦାଶସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୂର୍ବତନ ଆବାହକ ଭାଗିରଥି ପଣ୍ଡା ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସେବା ସଂଯୋଜକ ବସନ୍ତ କୁମାର ଦାସ, ସହ ସଂଯୋଜକ ସଞ୍ଜୟ କୁମାର ଦାସ, ଜିଲ୍ଲା ରକ୍ତଦାନର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା ଏବଂ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ, ବାଗଦା ବିନାୟକପୁର ସମିତି ଆବାହକ ଦିଲ୍ଲୀପ କୁମାର ବାରିକ, ହୃଷିକେଶ ଡାଙ୍ଗୁଆ ଏବଂ ସମିତିର ସମସ୍ତ ଭାଇ ଓ ଭଉଣୀମାନେ ସହଯୋଗ କରିଥିଲେ । ସୂଚନା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ରକ୍ତଦାନ ଶିବିରରେ ବିନାୟକପୁର ପଞ୍ଚାୟତ ପକ୍ଷରୁ ୧୦୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନଙ୍କୁ ସେବା ସମିତି ପକ୍ଷରୁ ଏକ ପ୍ରମାଣ ପତ୍ର ସହିତ ଏକ ଟ୍ରଫି ପ୍ରଦାନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *