ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି

ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଜେଡି ପକ୍ଷରୁ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ୪୮ତମ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନିମଚୌଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ପ୍ରାକ୍ତନ କଂଗ୍ରେସ ସଭାନେତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ତତକାଳୀନ ସରକାରଙ୍କ ମେରୀରାୟ ଶାସନକୁ ଉପସ୍ଥିତ ବକ୍ତାମାନେ ନିନ୍ଦା କରିବା ସହ ଏହା ଗଣତନ୍ତ୍ରର ଏକ ପ୍ରକାର ହତ୍ୟା ଘଟଣା ଥିଲା ବୋଲି କହିଥିଲେ । ଏହି ସଭାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ , ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂ, ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଆଶିଷ ସାହୁ, କଟକ ଜିଲ୍ଲା ଉପସଭାପତି ଧର୍ମେଶ ନାୟକ, କଟକ ନଗର ବିଜେଡି ଉପସଭାପତି ଜଗନ୍ନାଥ ସାହୁ ପ୍ରମୁଖ ଯୋଗଦେଇ କଂଗ୍ରେସର ଏକଛତ୍ରବାଦ ଶାସନକୁ ତୀବ୍ର ସମାଲୋଚନା କରିବା ସହ କଂଗ୍ରେସକୁ କଟକବାସୀ କ୍ଷମା କରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ସ୍ୱର୍ଗତ ବାରିଷ୍ଟର ରଣଜିତ୍ ମହାନ୍ତିଙ୍କ ଦ୍ୱାରା ସର୍ବଭାରତରେ ପ୍ରଥମ ଜରୁରୀକାଳୀନ ପ୍ରତିବାଦ ରାଲି, ପ୍ରତିବାଦ ସଭା ଏବଂ ବିଜୁ ବାବୁଙ୍କର ଗିରଫଦାରୀ ସମ୍ପର୍କରେ ଆଲୋଚନା ଏବଂ କଟକ ସହର ଗଳିକନ୍ଦିରେ ଘଟିଯାଇଥିବା ଦୂରାଚାର ଆତ୍ୟାଚାରର ଘଟଣାବଳୀ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *