ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର

News by Maheswar Behera (Athagarh)

କଟକ(ଏନ୍‌.ଏମ୍‌.): ରାଜନୈତିକ ଶତୃତାକୁ ନେଇ ଶାସକ ଦଳର ଚାପରେ ଖୁଟୁଂଣୀ ଥାନା ଅଧିକାରୀ କାର୍ଯ୍ୟକରିବା ଏବଂ ବିନା ଦୋଷରେ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମୋକଦମା ଦାୟର କରିବା ଆଦି ଅଭିଯୋଗକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କଟକ ଗ୍ରାମଞ୍ଚଳ ଏସ୍‌ପିଙ୍କୁ ଏକ ଲିଖିôତି ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ତାଙ୍କର ଅନୁଗତମାନଙ୍କ ଦ୍ୱାରା ଗୋଚର ଜମିକୁ ହଡପ କରିବା, ଟ୍ରାନଫରମର ବସାଇବା, କୋଠାଘର ନିର୍ମାଣ କରିବା ଏବଂ ୨୦୧୯ ମସିହା ଫନି ବାତ୍ୟାରେ ଆସିଥିବା ଅର୍ଥକୁ ହଡପ କରିବା ଆଦି ଅଭିଯୋଗକୁ ନେଇ ଶ୍ରୀ ବାରିକଙ୍କ ନେତୃତ୍ୱରେ ଗତ ଚଳିତ ମାସ ୧୧ ତାରିଖରେ ଆଠଗଡ ନିର୍ବାଚନୀ ମଣ୍ଡଳୀର ଅଧିବାସୀମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ଉପରେ ଚାପ ପକାଇ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ୧୦ଜଣ ମୁଖିଆମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଇ ମକଦ୍ଦମା ରୁଜୁ କରିବା ପାଇଁ ପ୍ରବର୍ତ୍ତାଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ ବର୍ତ୍ତମାନର ଖଣ୍ଟୁଣୀ ଥାନା ଅଧିକାରୀ ଯିଏକି ନିଜେ କୋଇଲାରୁ ବଟି ଆଦାୟ, କମ୍ପାନୀଠାରୁ ଚାନ୍ଦା ଆଦାୟ ଆଦି ବିଭିନ୍ନ କଳାକାରନାମରେ ଲିପ୍ତ ରହିଥବାର ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ଏହି ସବୁ ଅଭିଯୋଗକୁ ନେଇ ଆଜି ଗ୍ରାମବାସୀ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ଆସନ୍ତା ୭ ଦିନ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ ନହୁଏ ତାହାଲେ ସମସ୍ତ ଗ୍ରାମବାସୀ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *