ଖଣ୍ଡପଡା ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଖଣ୍ଡପଡା ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

News by Sambit Bhusan senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡପଡା ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଶିବିରରେ ଉପସ୍ଥିତ ରହି ଜନସାଧରଣଙ୍କ ଆପତ୍ତି, ଅଭିଯୋଗ ଗୁଡିକ ଶୁଣିଥିଲେ । ସର୍ବମୋଟ ୧୧୦ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅଭିଯୋଗ ମଧ୍ୟରେ ୯୩ ଗୋଟି ବ୍ୟକ୍ତିଗତ ସମସ୍ୟା ଭତ୍ତତିକ ଅଭିଯୋଗ ହସ୍ତଗତ ହୋଇଥିବାବେଳେ ୨ଗୋଟି ଗ୍ରାମର ସମସ୍ୟା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇବା ନିମନ୍ତେ ଆବେଦନପତ୍ର ଦାଖଲ କରିଥିବା ୧୨ଜଣ ଆବେଦନକାରୀଙ୍କ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଅବଗତ ହୋଇଥିଲେ । ହସ୍ତଗତ ହୋଇଥିବା ଅଭିଯୋଗ ମଧ୍ୟରୁ ୪୭ଟି ଅଭିଯୋଗର ଶୁଣାଣି କରାଯାଇଥିବା ଖଣ୍ଡପଡା ବ୍ଳକ ପ୍ରଶାସନ ସୁତ୍ରରୁ ଜଣାପଡିଛି । ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜନଶୁଣାଣି ଶିବିରରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ବିଡିଓ ସିରିଅଲ ଶୁଭ୍ର ପଟେଲ, ତହସିଲଦାର ପାର୍ଥସାରଥୀ ହାଁସଦାଙ୍କ ସମେତ ବ୍ଳକ ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *