କ୍ଷୁଦ୍ର ଜଳସେଚନ ବିକାଶ ପାଇଁ ୧.୯ କୋଟି ମଞ୍ଜୁର

କ୍ଷୁଦ୍ର ଜଳସେଚନ ବିକାଶ ପାଇଁ ୧.୯ କୋଟି ମଞ୍ଜୁର

କ୍ଷୁଦ୍ର ଜଳସେଚନ ବିକାଶ ପାଇଁ ୧.୯ କୋଟି ମଞ୍ଜୁର


କଟକ(ଏନ୍‌.ଏମ୍‌.) : ରାଜା ଜଳସେଚନ ବିଭାଗ ଅଧୀନରେ ରହିଥିବା କଟକ ନୂଆବଜାର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନକୁ ରାଜ୍ୟସରକାରଙ୍କ ମଞ୍ଜୁର କ୍ରମେ ୧ କୋଟି ୯୦ ଲକ୍ଷ ୮୨ ହଜାର ଟଙ୍କାର ଆର୍ôଥକ ଅନୁଦାନ ଯୋଗାଇଦିଆଯାଇଛି। ଏହି ଅର୍ଥ ବିନିଯୋଗରେ ଟାଙ୍ଗୀ-ଚୌଦ୍ୱାର ଓ ଆଠଗଡ଼ ଅଞ୍ଚଳରେ ରହିଥିବା ୯ ଟି ପ୍ରକଳ୍ପ ର କାର୍ଯ୍ୟ ୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଉଭୟ ଖରିପ ଓ ରବି ଋତୁରେ ୨୦ ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ ଚାଷ କାର୍ଯ୍ୟ କରାଯାଉଥିବା ବେଳେ ଜଳ ସଙ୍କଟ ଅଭାବରୁ ଅନେକ ଜମି ପଡିଆ ପଡୁଥିଲା । ଏ ସମ୍ପର୍କରେ କେତେକ ଚାଷୀମାନଙ୍କ ଅଭିଯୋଗ ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୌଭିକ ବିଶ୍ୱାଳଙ୍କ ପ୍ରଚେଷ୍ଠା ଫଳରେ ସରକାର ଏହି ପରିମାଣର ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଅଧିକ୍ଷଣ ଯନ୍ତ୍ରୀ ବସନ୍ତ କୁମାର ସୋରେନ କହିଛନ୍ତି।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ