କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

କ୍ରସର ୟୁନିଟରୁ ମୂଲ୍ୟବାନ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

News by Sambitbhusan Senapati (Kandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ଯୋଗିଆପଲ୍ଲୀ ଘାଟି ନିକଟରେ ଅବସ୍ଥିତ ବାବା ନୀଳକଣ୍ଠେଶ୍ୱର କ୍ରସର ୟୁନିଟରୁ ସ୍ଥାନୀୟ ଅଞ୍ଚଳର କେତେକ ଦୁବୃର୍ତ୍ତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । କ୍ରସର ୟନିଟର ମାଲିକ ଆନନ୍ଦ ଚନ୍ଦ୍ର ଦଳେଇ ଖଣ୍ଡପଡା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କ୍ରସର ୟୁନିଟ ପରିସରରୁ ଦୁବୃର୍ତ୍ତମାନେ ସ୍ଟାଟର, ବ୍ୟାଟେରୀ ହାମର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ବେଳେ ଏହି ଚୋରି ଘଟଣା ପଛରେ ନିକଟବର୍ତ୍ତୀ ଅଞ୍ଚଳର କେତେକ ଅସାମାଜିକ ଯୁବକ ସଂପୃକ୍ତ ଥିବା ନେଇ ଖଣ୍ଡପଡା ଥାନାରେ ଦାୟର ହୋଇଥିବା ଜଣାପଡିଛି । ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ଖଣ୍ଡପଡା ପୁଲିସ ସୁତ୍ରରୁ ଜଣାପଡିଛି । କ୍ରସର ୟୁନିଟରୁ ଚୋରି ହୋଇଥିବା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ପ୍ରକାଶଥାଉକି ଏହି ଚୋରି ଘଟଣା ପଛରେ କିଛି କବାଡିଆ ବାଲାଙ୍କ ହାତ ଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରୁଛି । ଚୋରି ଘଟଣାର ପର୍ଦ୍ଦାଫାସ ସହ ଘଟଣାରେ ସଂପୃକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନ ଅନୁଯୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *