କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ଦକ୍ଷିଣାୟନ ଉତ୍ସବ
#କଟକ(ଏନ୍.ଏମ୍.): କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି, ପକ୍ଷରୁ ଦକ୍ଷିଣାୟନ ଉତ୍ସବ ସ୍ଥାନୀୟ ମାରୁତିମଣ୍ଡପ ସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ ପ୍ରବଚକ ତଥା ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ପ୍ରବଚନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିରେ ଦକ୍ଷିଣାୟନ ଉତ୍ସବ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଦୀର୍ଘ ୫୩ ବର୍ଷପରେ ଏହା ପଡୁଥିବାରୁ ଏହାର ଗୁରୁତ୍ୱ ସ୍ୱତନ୍ତ୍ର ବୋଲି କହିଥିଲେ । ପ୍ରାରମ୍ଭରେ ଲୋକସମ୍ପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଦିଲ୍ଲିପ କୁମାର ସ୍ୱାଇଂ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବରେ କୋଷାଧକ୍ଷ ସନ୍ତୋଷ କୁମାର ମଲ୍ଲିକ, ସି.ଏଚ. ରାମମୋହନ ରାଓ, ପ୍ରାଣକୃଷ୍ଣ ସ୍ୱାଇଁ, ଶିବଚରଣ ସିହ୍ନା, ଲକ୍ଷ୍ମୀନାରାୟଣ ମଲ୍ଲିକ, କେଶବ ଚନ୍ଦ୍ର ଜେନା, ଦେବୀପ୍ରସନ୍ନ ମହାପାତ୍ର, ଜିତୁ ବାରିକ, ବିବେକାନନ୍ଦ ଦାସ, ସଂଜୟ କୁମାର ଦଳାଇ, ପ୍ରଫୁଲ୍ଲ ଲାହା, ରଞ୍ଜିତା ଲାହା, କିଶୋର କୁମାର ମହାନ୍ତି, ବସନ୍ତ କୁମାର ବେହେରା, ସୁର୍ଯ୍ୟମଣି ବେହେରା, ଚିିତିରଞ୍ଜନ ବେହେରା, କିର୍ତ୍ତିଚନ୍ଦ୍ର ବିଶୋଇ,କେଶବ ଚନ୍ଦ୍ର ବେହେରା,ବୃନ୍ଦାବନ କବି, ପୁଟୁ ଯାଦବ, ଲଲାଟେନ୍ଦୁ ବଡୁ, ରବିନ୍ଦ୍ର ଅଗରବାଲା, ଉମେଶ ଚନ୍ଦ୍ର ବେହେରା,ରମେଶ ଚନ୍ଦ୍ର ବେହେରା, ରଣଜିତ ପ୍ରସାଦ ଜେନା, କାଳନ୍ଦି ମହାପାତ୍ର, ତ୍ରୀଲୋଚନ ମହାକୁଳ, ଯତୀନ୍ଦ୍ର କୁମାର ଦାସ, ଆଶିଷ ଦାସ, ଦୈତାରୀ ସାହୁ, ନଳିନ କୁମାର ସେନାପତି, କାଳନ୍ଦି ନାରାୟଣ ମଲ୍ଲିକ, ରାମ ଶଙ୍କର ମଲ୍ଲିକ, ନିରଞ୍ଜନ ସାହୁ, ପ୍ରଦୀପ ସେନାପତି, ରଂଜିତ କୁମାର ସେନ, ଲିଙ୍ଗରାଜ ସାହୁ, ଆଦିଶା ସେଠୀ, କୁନି ନାୟକ, ବିଜୟ କୁମାର ମହାନ୍ତି, ଅକ୍ଷୟ କୁମାର ନାୟକ, ବାଶୁଦେବ ମଲ୍ଲିକ, ପତିତପାବନ ଲାହା, ଜଗନ୍ନାଥ ବେହେରା ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଶେଷରେ ରାମଧୁନ ଗାନ କରାଯାଇଥିଲା ।