କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ

କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ

କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ


କଟକ (ଏନ୍‌.ଏମ୍‌.): ତାରିଖ କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ୧୯୮୩ ମସିହାରେ ଏହି ମହାବିଦ୍ୟାଳୟଟି ଏହି ଠାରେ ପାଦ ସ୍ଥାପିତ ହୋଇଥିଲା। ଏହା ହେଉଛି ମହାବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବରେ କଟକ ଚୌଦ୍ୱାର ବିଧାୟକ ସୋଭିକ ବିଶ୍ୱାଳ ଯୋଗଦେଇ ଥିଲେ। ତାଙ୍କ ଭାଷଣରେ କହିଥିଲେ ଆଜିର ଛାତ୍ର ଜୀବନ ହେଉଛି ମୂଲ୍ୟବାନ ସମୟ।ଯିଏ ଏହାକୁ ଉପଯୋଗ କରି ପାରିବେ ଯେ କୌଣସି। କ୍ଷେତ୍ରରେ ହାରିଯିବ ନାହିଁ। ସମ୍ମାନନୀୟ ଅତିଥ୍‌? ମାନଙ୍କ ମଧ୍ୟରେ ଥିଲେ ୫୪ ନମ୍ବର କର୍ପୋରେଟର ଅରବିନ୍ଦ ଜେନା କହିଛନ୍ତି ଆଜି ଛାତ୍ର ଜୀବନ ହେଉଛି ରାଷ୍ଟ୍ର ଗଠନ କରିବାରେ ମୂଖ୍ୟ ଭୂମିକା ନିର୍ବାହ କରି ରାଷ୍ଟ୍ର ଗଠନରେ କେନ୍ଦ୍ର ସରକାରଙ୍କ ବିନ୍ଦୁ ପାଲଟିବେ ବୋଲି ସଭାରେ ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସ୍ନେହଲତା ଜେନା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଶାନ୍ତି ଲତା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଲେଜର +୩ର ଅଧ୍ୟକ୍ଷା ଡ଼ଃ ଲୋପାମୁଦ୍ରା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଭବ୍ୟ ମହୋତ୍ସବରେ ଅନେକ ପୁରାତନ ଛାତ୍ରୀ ତ?ଥା କୃ ଛାତ୍ରୀ ମାନଙ୍କୁ ଆଉ ଅଧ୍ୟକ୍ଷ ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା। କାର୍ଯ୍ୟ କ୍ରମର ଅନ୍ୟ ଏକ ବିଶେଷ ଆକର୍ଷଣ ଭାବରେ ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଅତିଥି ମାନଙ୍କ ପାଇଁ ସ୍ୱାଗତ ସଙ୍ଗୀତ ବୋଲି ସଭାରେ ଆଦୃତ ଲାଭ କରିଥିଲେ। କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଧ୍ୟକ୍ଷା ବିଧାୟକ ଦୃଷ୍ଟିରେ ରଖି ଉପସ୍ଥାପନ କରି ଥିଲେ। କଲେଜରେ ବିଭିନ୍ନ କଳା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ କରି ଥିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ଶେଷରେ ଅଧ୍ୟାପକ ସୁର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି