କିଶନନଗର ଠାରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

କିଶନନଗର ଠାରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

News by Basanta Ratha (Kishan Nagar)

#କିଶନନଗର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁରର ଅଗ୍ରଣୀ ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ ଆସୋସିଏସନ୍ (‘ଆସଗା’) ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୧୯ରୁ କିଶନନଗର ଖେଳପଡିଆ ରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩-୨୪ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଉପଲକ୍ଷେ କଟକ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ସଂପାଦକ ବିରେନ କୁମାର ବେହେରା, ଉପ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ମହିଳା ସଂପାଦିକା ସଙ୍ଗିତା ଶର୍ମା, ମହିଳା ଫୁଟବଲ୍ କୋଚ୍ ସିରାଜଉଦ୍ଦିନ ଖାଁନ, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଆର ଆଇ ଟିପା ପ୍ରମୁଖ କିଶନନଗର ଆସି ଖେଳପଡିଆର ସ୍ଥିତି ପରଖି ସନ୍ତୋଷ ପ୍ରକାଶ କରିବା ସହିତ ଖେଳ ପଡ଼ିଆରେ ଥିବା ସଭା ମଣ୍ଡପରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ । ଏଥିରେ ‘ଆସଗା’ର ସଭାପତି କାଙ୍ଗାଳି ଚରଣ ବେହେରା, ସଂପାଦକ ପ୍ରଶାନ୍ତ କୁମାର ଦାସ, ଉପ ସଭାପତି ମୌଲାନା ଇଫ୍‌ତେଖାର କାସମି, ସରୱର୍ ଅଲ୍ଲୀ, ମହମ୍ମଦ ଅଫସର,ଅନନ୍ତ ମଲ୍ଲିକ,ସେକ ସଫିକଉଦ୍ଦିନ୍‌, ସଫିକ ମହମ୍ମଦ, ଜ୍ଞାନରଞ୍ଜନ ବିଷୋୟୀ, ଆଶିଷ ବର୍ମନ, ସତ୍ୟସିଦ୍ଧାନ୍ତ ଦାଶ, ଅଭୟ ବିଷୋୟୀ,ଗଗନ ମହାପାତ୍ର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କ୍ରୀଡ଼ାପ୍ରେମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଦିବସରେ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ମୂଖ୍ୟଅତିଥି ଭାବେ ଯୋଗ ଦାନ କରିବା ନିମନ୍ତେ ନିମନ୍ତ୍ରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *