କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ


#କଟକ(ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୫୯ଗୋଟି ୱାର୍ଡ ମଧ୍ୟରୁ ୫୫ନମ୍ବର ୱାର୍ଡ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଶ୍ୱ ମହିଳା ଦିବସ ଅବସରରେ କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇ ସମାଜର ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ୱାର୍ଡରେ ରହୁଥିବା ୱାର୍ଡବାସୀ ବିଭିନ୍ନ କାରଣରୁ ରୋଗାଗ୍ରସ୍ଥ ହୋଇ ସ୍ୱାସ୍ଥ୍ୟ ସେବାରୁ ଯେପରି ବଞ୍ଚିତ ନରୁହନ୍ତି ସେ ଦିଗରେ କର୍ପୋରେଟର ଶ୍ରୀମତୀ ପଣ୍ଡା ୱାର୍ଡ ବାସୀଙ୍କ ପାଇଁ ଏକ ନିଶୁଳ୍କ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି । ଏହି ସେବା ମାଧ୍ୟମରେ ୱାର୍ଡର ଯେ, କେହିବି ନିଜ ଘରୁ ଏହି ଆମ୍ବୁଲାନ୍ସ ମାଧ୍ୟମରେ କଟକ ସହରର ଯେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିନା ମୂଲ୍ୟରେ ଯାତାୟତ କରିପାରିବେ ।
ଏହି ଅବସରରେ ୫୫ନମ୍ବର ୱାର୍ଡ ବିଦ୍ୟାଧରପୁର ସ୍ଥିତ ଗୋଲଡେନ ଛକ ଠାରେ ନିଶୁଳ୍କ ଆମ୍ବୁଲାନ୍ସ ସେବାର ଉଦଘାଟନୀ ଉତ୍ସବରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ମହିଳା ଦିବସ ଅବସରରେ ଉଦବୋଧନ ଦେଇ ଆଜିର ସମାଜରେ ମହିଳା ମାନେ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରି ପୁରୁଷଙ୍କ ସଙ୍ଗେ ସମତୁଲ୍ୟ ହୋଇପାରିଛନ୍ତି ବୋଲି ମତପ୍ରକାଶ କରିଥିଲେ । ଏହି ସହିତ ୱାର୍ଡର କର୍ପୋରେଟର ଜଣେ ମହିଳା ହୋଇ ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇ ଏହି ୱାର୍ଡକୁ ଏକ ଆଦର୍ଶ ୱାର୍ଡରେ ପରିଣତ କରିବା ପାଇଁ ତାଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ ବୋଲି କହିବା ସହ ପତକା ହଲାଇ ନିଶୁଳ୍କ ଆମ୍ବୁଲାନ୍ସ ଗାଡ଼ିକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ବିଶ୍ୱ ମହିଳା ଦିବସ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ କଟକ ସହରର ଶାନ୍ତି କମିଟି, ପୂଜା କମିଟିର କର୍ମକର୍ତ୍ତା, କର୍ପୋରେଟର, ସାମାଜିକ ଅନୁଷ୍ଠାନ, ସଫେଇ କର୍ମଚାରୀ ଓ ସାମ୍ବାଦିକଙ୍କୁ ପୁଷ୍ପଗୁଛ ଓ ପଟଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ବିଭିନ୍ନ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରଆରଆଇ ଥାନା ଅଧିକାରୀ କୃପାସିନ୍ଧୁ ବରାଡ, ୱାର୍ଡ ସଭାପତି ଅଭୟ ଲେଙ୍କା, ଡେପୁଟି ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ଇଂ. ସୁବ୍ରତ ଘଡାଇ, ପ୍ରଳୟା ବେଉରା, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ଏ. ଶ୍ରୀଦେବୀ, ଆରତି ସାହୁ, ପଦ୍ମିନୀ ସାହୁ, କୁରେଶା ନୁର, ଏସସିବି ପରାମର୍ଶ ଦାତା ଦିଲୀପ ସାହୁ, ନଗର କମିଟି ସମ୍ପାଦକ ତାପସ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ । ଶୁଭ୍ରଜ୍ୟୋତି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *