କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଣ୍ଟିବୋଡିଜ କକଟେଲକୁ ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଏସଏସସିଓ) ଏହି କକଟେଲକୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଆମେରିକାର ଏମରଜେନ୍ସ ୟୁଜ ଅଫ ଅଥରାଇଜେସନ (EUA)ରେ ଦାଖଲ ହୋଇଥିବା ତଥ୍ୟ ଏବଂ ମାନବ କ୍ଲିନିକାଲ୍ ଉତ୍ପାଦ (CHMP) ବ୍ୟବହାର ଉପରେ ୟୁରୋପୀୟ ୟୁନିଅନ୍ (EU) କମିଟିର ବୈଜ୍ଞାନିକଙ୍କ ମତ ଉପରେ ଆଧାର କରି ଏହି କକଟେଲକୁ ଅନୁମତି ଦିଆଯାଇଛି।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *