କମ୍ରେଡ୍ ଶିବଦାସ ଘୋଷଙ୍କ ସ୍ମରଣସଭା

କମ୍ରେଡ୍ ଶିବଦାସ ଘୋଷଙ୍କ ସ୍ମରଣସଭା

କମ୍ରେଡ୍ ଶିବଦାସ ଘୋଷଙ୍କ ସ୍ମରଣସଭା


କଟକ(ଏନ୍‌.ଏମ୍‌.): ସର୍ବହରା ଶ୍ରେଣୀର ମହାନନେତା, ଏସ୍‌.ୟୁ.ସି.ଆଇ(ସି) ଦଳର ପ୍ରତିଷ୍ଠାତା ସାଧାରଣ ସଂପାଦକ କମ୍ରେଡ୍ ଶିବଦାସ ଘୋଷଙ୍କର ୪୯ତମ ସ୍ମରଣ ଦିବସ ଉପଲକ୍ଷେ କଟକ ସାରଳା ଭବନ ଠାରେ ଏକ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହୋଇାଯାଇଛି । ଦଳର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ସଦାଶିବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ୍ ସୁଭାଷ ଦାଶଗୁପ୍ତ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସର୍ବପ୍ରଥମେ କମ୍ରେଡ୍ ଶିବଦାସ ଘୋଷଙ୍କ ଉପରେ ରଚିତ ସଂଗୀତ ପରିବେଷଣ ପରେ ତାଙ୍କର ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ କିଶୋର ବାହିନୀ କମସୋମଲ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । କେରଳ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ମୃତିରେ ଦଳର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ଛବି ମହାନ୍ତି ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଓ ଗଣ ଆନ୍ଦୋଳନ ସଂପର୍କରେ ରାଜ୍ୟ ଅଫିସ୍ ସଂପାଦକ କମ୍ରେଡ୍ ସ୍ୱୟଂପ୍ରଭା ନାୟକ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ସମର୍ଥନ କରିଥିଲେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ଅଶୋକ ମିଶ୍ର ।
ମୁଖ୍ୟବକ୍ତା କମ୍ରେଡ୍ ସୁଭାଷ ଦାଶଗୁପ୍ତ ତାଙ୍କର ଅଭିଭାଷଣରେ କମ୍ରେଡ୍ ଶିବଦାସ ଘୋଷ ଭାରତବର୍ଷରେ ମାର୍କ୍ସବାଦୀ ଦର୍ଶନକୁ ବିଶେଷିକୃତକରି ଏକ ସଠିକ୍ କମ୍ୟୁନିଷ୍ଟ ପାର୍ଟି ଗଠନ କରିବା ପାଇଁ କରିଥିବା ଜୀବନବ୍ୟାପୀ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । କମ୍ରେଡ୍ ଦାଶଗୁପ୍ତ କହିଥିଲେ ଯେ ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଉଗ୍ର ସାଂପ୍ରଦାୟିକତାକୁ ଆଧାରକରି ତୃତୀୟ ଥର ପାଇଁ କ୍ଷମତାସୀନ ହେବାପରେ ଜନସାଧାରଣଙ୍କର ପ୍ରତିବାଦର ସ୍ୱରକୁ ସ୍ତବ୍ଧ କରିବାପାଇଁ ନୂତନ ଅପରାଧିକ ଆଇନ ଭଳି ବିଭିନ୍ନ ସୌରାଚାରୀ ଆଇନକୁ କାର୍ଯ୍ୟକାରୀ କରିବା ସହ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରୁଛି । ଏହିଭଳି ପରିସ୍ଥିତିରେ କମ୍ରେଡ ଶିବଦାସ ଘୋଷଙ୍କ ଶିକ୍ଷାର ଆଧାରରେ ଦେଶରେ ବିପ୍ଳବୀ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ଦଳର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ କମିଟିର ସଂପାଦକ କମ୍ରେଡ୍ ଶଙ୍କର ଦାଶଗୁପ୍ତ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ଭାବେ କ୍ଷମତାସୀନ ହୋଇଥିବା ବିଜେପି ସରକାର କେନ୍ଦ୍ର ମୋଦି ସରକାର ସମସ୍ତ ଜନସ୍ୱାର୍ଥ ବିରୋଧୀ କଳା ଆଇନ ଓ ନୀତି ଗୁଡିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇ ଚାଲିଛି । ଏହି ପରିସ୍ଥିତିରେ କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତା ଓ ଶିକ୍ଷାର ଆଧାରରେ ନିଜକୁ ଉନ୍ନତ କମ୍ୟୁନିଷ୍ଟ ଭାବରେ ବିକଶିତ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ଦୁର୍ବାର ଗଣଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ୱାନ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ