କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ

କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବେଶ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି । ନୃତ୍ୟମୟୁରୀ ଅନୁଷ୍ଠାନ ପକ୍ଷରୁ ଦୁର୍ଗାତାଣ୍ଡବ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ । ଓମ୍ ଦୁର୍ଗାୟ ନମଃ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ଏହାପରେ ସୁଦୂର ରାଜସ୍ଥାନରୁ ଆସିଥିବା ସାଇ କଳାକେନ୍ଦ୍ରର କଳାକାରମାନଙ୍କ ଢୋଲ ଦେ ଝୁମେ ଢୋଲ ଦେ… ଗୀତରେ ଦର୍ଶକ ଝୁମିଥିଲେ । ଏଥିସହ ଅନ୍ନପୂର୍ଣ୍ଣା କଳାକେନ୍ଦ୍ରର ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ରଙ୍ଗବତୀ… ସାଙ୍ଗକୁ କଳାହାଣ୍ଡିର ଜିତେନ୍ଦ୍ର କୁମାର ଭୋଇ ଆଣ୍ଡ ଟ୍ରୁପର କଳାକାରମାନେ ଘୁମୁରା ନୃତ୍ୟ, ବଙ୍ଗାଳୀ ଡ୍ୟାନ୍ସ ପକ୍ଷରୁ ରୀତିକ୍ ଦାସଙ୍କ ଦ୍ୱାରା ଭାରତ ନାଟ୍ୟମ ନୃତ୍ୟ ସହିତ ସ୍ଥାନୀୟ ରାଜା ବଗିଚା ସ୍ଥିତ ବ୍ଲୁ ଆଣ୍ଡ ବ୍ରାଇଟ ଅନୁଷ୍ଠାନ ପକ୍ଷରୁ କାଞ୍ଚି ଅଭିଯାନ ଦର୍ଶକଙ୍କ ମନଛୁଆଁ ହୋଇ ପାରିଥିଲା । ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ରଘୁବୀର ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ତାରକା ତଥା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ ଡ. ଚନ୍ଦ୍ର ସତ୍ୟ ଦାସ, ନଗର କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଭାତ ନନ୍ଦ ଉପସ୍ଥିତଥିଲେ । କଟକ ନୃତ୍ୟୋତ୍ସବ କମିଟି ସଭାପତି ରବିନାରାୟଣ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁଗ୍ମ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସକ ପ୍ରଫେସର ଡାକ୍ତର ତୁଷାର କର, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପାଣିଗ୍ରାହୀ, କର୍କଟରୋଗ ବିଶେଷଜ୍ଞ ଡା ସ୍ମୃତିରଞ୍ଜନ ସାମଲ, କର୍ଣ୍ଣ,ନାଶା ଗଳା ବିଭାଗ ବିଶେଷଜ୍ଞ ଡାକ୍ତର ସୁକମଳ ଦାସ, ଇଂ. ମନୋଜ କୁମାର ଦାସ, ଶିକ୍ଷାବିତ ଡକ୍ଟର ସମ୍ବିତ କୁମାର ମିଶ୍ର, ଆଇନଜୀବୀ ଅମିତ ପ୍ରସାଦ ବୋଷ, ସାସ୍ୱତ ଦାସ, ଚଳଚ୍ଚିତ୍ର ଅଭିନେତା ଅଙ୍କିତ କୁମାର, ସାର୍ପ ହସ୍ପିଟାଲ ଓ ନିମସାହି ମହାଦେବ ପୂଜାକମିଟିକୁ ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *