କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ନିଆରା ପଥ ସତ୍ୟାଗ୍ରହ

କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ନିଆରା ପଥ ସତ୍ୟାଗ୍ରହ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସହର ତମାମ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ଆଜି ସୁଭାଷ ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ପଥ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହର ତଥା ସହର ଉପକଣ୍ଠରେ ଜିଲ୍ଲାପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ଅହେତୁକ ନିଷ୍କ୍ରିୟତା ହେତୁ ଅନେକ ରାସ୍ତାଘାଟ ତଥା ପ୍ରମୁଖ ଛକସ୍ଥାନମାନଙ୍କରେ ରାସ୍ତାରୁ ଗୋଡ଼ି ଉଠିଯିବା, ରାସ୍ତାରେ ଖାଲଖମା ସୃଷ୍ଟି ହେବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରିବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେବେ ଏ ସବୁକୁ ବିରୋଧ କରି ଆଜି ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ମଙ୍ଗଳାବାଗ ରିଙ୍ଗ ରୋଡ଼ ସ୍ଥିତ ପପୁଲାର ନର୍ସିଂହୋମ ନିକଟରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଗଡ଼ି ଗଡ଼ି ଯାଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ବିରୋଧରେ ଅନେକ ବିଶୋଦଗାର ମଧ୍ୟ କରିଥିଲେ । ଆଗକୁ ସହର ସାରା ଏଭଳି ପ୍ରତିବାଦ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତ୍ତା ବାପୁଜୀ କର, ମନୋଜ ବେହେରା, ପୃଥୀରାଜ ବେହେରା, ସଞ୍ଜିବ ଶୁକ୍ଳ, ରାକେଶ ବସ୍ତିଆ, ଲକ୍ଷ୍ମୀଧର ମହାପାତ୍ର, ସୋମନାଥ ସାହୁ, ବିରଞ୍ଚି ସାମଲ, ନିଗମ ମିଶ୍ର, ପ୍ରଶାନ୍ତ ଜେନା, ପ୍ରଶାନ୍ତ ସାମଲ, ଶ୍ରୀନିବାସ ରେଡ୍ଡି, ମଣ୍ଟୁ ସାହୁ, ଜ୍ଞାନରଞ୍ଜନ ଦାସ, କାର୍ତ୍ତିକ ବେହେରା, ସଞ୍ଜୟ ସିଂହ, ଜ୍ୟୋତିପ୍ରକାଶ ସ୍ୱାଇଁ, ଲଳିତ ଦାସ, ଲୋକନାଥ ସାହୁ, ରାକେଶ ସାହୁ, ଆଶିଷ ମହାପାତ୍ର, ଶାସ୍ୱତ ଖିଲାର, ଜଗମୋହନ ଜେନା, ଦୀପକ ମହାନ୍ତି, ସତ୍ୟବାନ ଡାକୁଆ, ପରୀକ୍ଷିତ ମହାରଣା, ସୁରେଶ ମହାନ୍ତି, ଗୁରୁ ପ୍ରସାଦ ସାହୁ, ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *