କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ ଆଜି ଏହି ପରିପରେକ୍ଷୀରେ ସ୍ଥାନୀୟ ରେଭେନ୍ସା କଲେଜିଏଟ୍ ସ୍କଲ୍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବାବେଳେ କଟକ ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ନୀତି ନିୟମ ଅନୁପାଳନ ପୂର୍ବକ ଆଇନ କାର୍ଯ୍ୟକାରୀ କରାଯାଉଛି । ଆଇନ ଅମାନ୍ୟକାରୀମାନଙ୍କ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବା ସହ କଟକ ଜିଲ୍ଲାରେ ଦୁର୍ଘଟଣା ହ୍ରାସ ପାଇଛି ଏବଂ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ବିଚାରପତି ଏ.ଏସ. ନାଇଡୁ, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଆଇଜି ତଥା ଅବକାରୀ ଆୟୁକ୍ତ ନରସିଂହ ଭୋଳ, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଗତି ପଣ୍ଡା, ତ୍ରିଧାରାର ସମ୍ପାଦକ ରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ତ୍ରିଧାରା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସଞ୍ଜୟ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାରେ ସଡକ ସୁରକ୍ଷା ନିମନ୍ତେ ସଦା ସର୍ବଦା ତତ୍ପରତାର ସହ କାର୍ଯ୍ୟ କରି ଦକ୍ଷ ଅଧିକାରୀ ଭାବେ ବିବେଚିତ ହୋଥିବାରୁ ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ବେହେରାଙ୍କୁ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ରାଜେନ୍ଦ୍ର ମୋହନ ପଟ୍ଟନାକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *