କଟକ ରିଟେଲ ଡିଲର୍ସ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ

କଟକ ରିଟେଲ ଡିଲର୍ସ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ

News by Kanhu charan Panda (Cuttack)

#କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ୍ ର ବାର୍ଷିକ ବନ୍ଧୁ ମିଳନ ସ୍ଥାନୀୟ ଜଗତପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଠାରେ ଆସୋସିଏସନ୍ ସଭାପତି ତଥା ସିଏମସିର ପୂର୍ବତନ ଡେପୁଟୀ ମେୟର ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିଏମସି ମେୟର ସୁଭାଷ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, କଟକର ଯୋଗାଣ ଅଧିକାରୀ କେ ଚନ୍ଦ୍ରଶେଖର ପାତ୍ର, ବରିଷ୍ଠ ଯୋଗାଣ ନୀରିକ୍ଷକ କେଦାରନାଥ ପ୍ରଧାନୀ, କଟକ ଜିଲ୍ଲା ରିଟେଲର ସଂଘ ସଭାପତି ପ୍ରଦୀପ କୁମାର ଦାସ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ସମସ୍ତ ଅତିଥି ମାନେ କଟକ ରିଟେଲ ଡିଲର୍ସ ମାନଙ୍କ ବିଭିନ୍ନ ସମସ୍ୟା ଖୁବଶିଘ୍ର ସମାଧାନ କରାଯିବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏଥିସହିତ କଟକ ମହାନଗର ନିଗମ ଅଞ୍ଚଳର ପଡିକାର୍ଡ ଧାରୀଙ୍କୁ ଅଗ୍ରାଧିକାର ଭାବରେ ନୀରବଚ୍ଛିନ୍ନ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ କାର୍ଯ୍ୟକାରୀ ସଭାପତି ସୈୟଦ ଏକ୍ରାମ ହୁସେନ ଉପସଭାପତି ତାପସ କୁମାର ମହାନ୍ତି, ପୀତବାସ ଜେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ, ସହ ସମ୍ପାଦକ ବିଜୟ କୁମାର ସାହୁ, ବିନୟ ବୈଶାଖ, ପ୍ରେମ କୁମାର ସେନ, ଚନ୍ଦ୍ରମଣୀ ମହାରଣା, ୱାର୍ଡ ପ୍ରତିନିଧି ଶାରଦା ପ୍ରସନ୍ନ ମହାନ୍ତି, ପ୍ରଶାନ୍ତ ଜେନା, ଶିବ ସେଠୀ, ନଗେନ ସାହୁ, ବିଜନ ସାହୁ, ପ୍ରଶାନ୍ତ ମୁଦୁଲି, ଲାଲାଦିଲ୍ଲୀପ ରାୟ, ରବିନାରାୟଣ ଦାସ, ବଳରାମ ସାହୁ, ଗୌରଗୋପାଳ ପଟ୍ଟନାୟକ, ବୀରକିଶୋର ବେହେରା, ଉମାକାନ୍ତ ସାହୁଙ୍କ ସମେତ ସିଏମସି ସମସ୍ତ ୱାର୍ଡର ଶତାଧିକ ଖୁଚୁରା ବିକ୍ରେତାମାନେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *