କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ “ପ୍ରତିଷ୍ଠା ଦିବସ’

କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ “ପ୍ରତିଷ୍ଠା ଦିବସ’

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜଗତପୁର ଗୋଲେଇଛକ ସ୍ଥିତ ଉତ୍କଳ ଦୂର୍ଗାପୂଜା ମଣ୍ଡପ ସମ୍ମିଳନୀ ଗୃହରେ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ “ଭାରତ ବର୍ଷରେ କଂଗ୍ରେସର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଥିଲା । ଭାରତ ବର୍ଷର ସର୍ବ ପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ, ଏହି ଦଳ ଦେଶର ସ୍ୱାଧୀନତା ଆଣିଦେଇଥିଲା । ଏହି ଦଳର ନେତାମାନେ ଦେଶ ମାତୃକା ପାଇଁ ନିଜ ପ୍ରାଣବଳୀ ମଧ୍ୟ ଦେବା ସହିତ ଏଯାବତ ଗରିବ, ଖଟିଖିଆ, ଅବହେଳିତ, ନିଷ୍ପେସିତ ଲୋକଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ ଜାରିରଖିଛି ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ମାନସ ପରିଡା, ୪୮ନମ୍ବର ୱାର୍ଡ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲ, ୪୯ନଂ ୱାର୍ଡ କଂଗ୍ରେସ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରମାବଲ୍ଲଭ ନାୟକ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ଜୟନାରାୟଣ ତ୍ରିପାଠୀ, ସମ୍ପାଦକ ଲଷ୍ମୀଧର ଶରଣ, ପ୍ରୀତିରଞ୍ଜନ ଜେନା, ସୁମତି ହେମ୍ବ୍ରମ, ବରିଷ୍ଠ କଂଗ୍ରେସ ନେତା ଲଳିତ ଭୂୟାଁ, ହୃଦାନନ୍ଦ ମହାନ୍ତି, ହେମରାଜ ବିଶ୍ୱାଳ, ପ୍ରବୀର ରଥ, ଆବାସ ମଲ୍ଲିକ, ଗୋଲେଖ ଚନ୍ଦ୍ର ରାଉତ, ବିମଳ ବିଶ୍ୱାଳ, ଉମାଶଙ୍କର ସାମଲ, ପବିତ୍ର ପଣ୍ଡା, ଧୀରେନ୍ଦ୍ର ମହାନ୍ତି, ହେମନ୍ତ ବିଶ୍ୱାଳ, ତପନ ବେହେରା, ବାମା ଚରଣ ଦାସ, ରଂଜନ ବେହେରା, ଲଳିତ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *