କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ
କଟକ(ଏନ୍.ଏମ୍.): ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ତଥା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ସେବାହିଁ ସଂଗଠନ’ କାର୍ଯ୍ୟକ୍ରମ ଅବସରରେ କଟକ ନଗର ବିଜେପି ତରଫରୁ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ବଡ଼ ମେଡ଼ିକାଲ (ଏସସିବି) ସମ୍ମୁଖ ରେଡ଼କ୍ରସ ଭବନ ପରିସରରେ ହୋଇଥିଲା । କରୋନା ଗାଇଡ଼ ଲାଇନ ମଧ୍ୟରେ ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯୁବମୋର୍ଚ୍ଚା ସଭାପତ ସତ୍ୟବ୍ରତ ମିଶ୍ର, ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର । ଏଥିରେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ, ନମିତା ମିଶ୍ର, ଗୁରୁପ୍ରସାଦ ସାହୁ, ଜିଲ୍ଲା ସମ୍ପାଦିକା ସ୍ୱର୍ଣ୍ଣଲତା ସେଠୀ, ମମତା ନନ୍ଦୀ, ଶାରଦା ଷଡଙ୍ଗୀ, ସେକ ଚିକୁ, ସେକ ରିଆଜୁଦ୍ଦିନ, ତପନ ବେହେରା, ଅମିତ ଜେନା, ପ୍ରଭାତ ବାରିକ, ନଇମ ଖାନ, ବିକ୍ରମ ବସ୍ତିଆ, ଚନ୍ଦନ ଦାସ, ନଟରାଜ ଦାସ, ମହମ୍ମଦ ସାଦତ, ନିହାର ସ୍ୱାଇଁ, ସେକ ବାବୁ, ଶୁଭମ ବେହେରା, କୃପାସିନ୍ଧୁ ବିଶ୍ୱାଳ, ଅବଦୁଲ ମୋକିତ, ରାକେଶ ବାରିକ, ମିଲନ କୁମାର, ସଚ୍ଚିକାନ୍ତ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସୁଶାନ୍ତ ମିଶ୍ର, ସେକ ସମିମ, ସୁବ୍ରତ ନାଏକ, ସୁବ୍ରତ ଦାସ, ରଞ୍ଜନ ପଣ୍ଡା, କୈଳାସ ତ୍ରିପାଠୀ, ଅମୀୟ ଦଳେଇ, ଶଶିକାନ୍ତ ଦଳେଇ, ରମେଶ ସ୍ୱାଇଁ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି ।
କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ
🤖 AI Quick Summary
Click the button to generate AI summary.
