କଟକ ନଗର(ଜିଲ୍ଲା)ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ ନଗର(ଜିଲ୍ଲା)ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ ନଗର(ଜିଲ୍ଲା)ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର


#କଟକ(ଏନ୍‌.ଏମ୍‌.): ଖାଇବା ତେଲ ଓ ଓମଫେଡ୍ କ୍ଷୀରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କଟକ ନଗର(ଜିଲ୍ଲା)ଯୁବ କଂଗ୍ରେସ ପକ୍ଷରୁ ସଭାପତି ଆଇନଜୀବୀ ଡ ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ପ୍ରଦାନ କରାଯାଇଛି। ଓମଫେଡ ପ୍ୟାକେଟରେ ୫୦୦ମିଲି କ୍ଷୀର ବଦଳରେ ଏବେ ଆସୁଛି ୪୫୦ମିଲି। ପୂର୍ବରୁ ୫୦୦ମିଲି କୁ ୨୬ଟଙ୍କା ଦର ଥିବାବେଳେ ଏବେ ୪୫୦ମିଲି କୁ ୨୮ଟଙ୍କା ରଖାଯାଇଛି। ଯାହା ହାରାହାରି ୪ଟଙ୍କା ଅଧିକ। ଓମଫେଡ଼ ଦୁଗ୍ଧ ଚାଷୀଙ୍କ ଠାରୁ ଲିଟର ପିଛା ୩୫ଟଙ୍କା ୦୫ପଇସାରେ କିଣୁଥିବା ବେଳେ ୫୨ଟଙ୍କାରେ ବିକ୍ରି କରୁଥିଲା। ଏବେ ଦର ବୃଦ୍ଧି କରି ୫୬ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ସରକାର ଓ ସମବାୟ ସଂସ୍ଥା ଲିଟର ପିଛା ୧୭ଟଙ୍କା ଅଧିକ ରଖୁଥିବାବେଳେ ଏବେ ୨୧ଟଙ୍କା ବଢାଇ ଦିଆଯାଇଛି। ଅନୁରୂପ ଭାବରେ ଖାଇବା ତେଲ କଥା କହିଲେ ନସରେ। ଗତ ୧୩ ତାରିଖରେ କେନ୍ଦ୍ର ସରକାର ପାମୋଲିନ୍‌, ସୂର୍ଯ୍ୟମୁଖୀ,ଏବଂ ସୋୟବିନ ତେଲ ଉପରେ ଆମଦାନୀ ଶୁଳ୍କ ବଢାଇ ଗ୍ରାହକମାନଙ୍କ ଉପରେ ବୋଝ ଲଦି ଦେଇଛନ୍ତି । ଆମଦାନୀ ଟିକସ ଖାଇବା ତେଲ ୫.୦୫ପ୍ରତିଶତ ପରିବର୍ତ୍ତେ ୨୭.୦୫ପ୍ରତିଶତ ବଢ଼ିଯାଇଥିବା ବେଳେ ରିଫାଇନ ୧୩.୭୫ ପ୍ରତିଶତ ପରିବର୍ତ୍ତେ ଏହା ୩୫.୭୫ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଖାଇବା ତେଲ ଇତ୍ୟାଦିରେ ପ୍ରାୟ ୨୦ଟଙ୍କା ବୃଦ୍ଧି ଘଟିଛି। ଏଥି ସହିତ ୧୩ତାରିଖ ପୂର୍ବରୁ ଯେଉଁ ତେଲ କମ୍ପାନୀ ଓ ବ୍ୟବସାୟୀଙ୍କ ପାଖରେ ତେଲ ଗଚ୍ଛିତ ଥିଲା ତାର ଦର ମଧ୍ୟ କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଣୁ ଜନସ୍ୱାର୍ଥ ଦୃଷ୍ଟିରୁ ଖାଇବା ତେଲ ଉପରୁ ବୃଦ୍ଧି ପାଇଥିବା ଆମଦାନୀ ଟିକସକୁ ପ୍ରତ୍ୟାହାର କରିବା ସହ ଉପଯୁକ୍ତ ଓଜନ ଓ ସୁଲଭ ମୂଲ୍ୟରେ କ୍ଷୀର ଯୋଗେଇ ଦେବାକୁ କଟକ ନଗର ଯୁବ କଂଗ୍ରେସ ଦାବି କରିଛି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦିକା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଜିଲ୍ଲା କଂଗ୍ରେସ ବରିଷ୍ଠ ଉପସଭାପତି ଶିଶିର ରଥ, ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ, କଟକ ନଗର କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା, ପିସିସି ଲିଗାଲ ସେଲ କର୍ମକର୍ତ୍ତା ବିଶ୍ୱ ମହରଥା, କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍‌, ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ, ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ୍‌, କଂଗ୍ରେସ ନେତା ଶିଶିର ମିଶ୍ର ଓ ଉଗ୍ରସେନ ଭୂୟାଁ, ରାଜେଶ୍ ସ୍ୱାଇଁ, କାଳନ୍ଦୀ ଖୁଣ୍ଟିଆଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, ଛାତ୍ରନେତା ପ୍ରଭାସ ଜେନା, ସସ୍ମିତା ମହାନ୍ତି, ଶିବ କୁମାର ଅଗ୍ରୱାଲ, ଲଳିତ କୁମାର ସ୍ୱାଇଁ, ଅମିତ୍ ବିଶୋଇ, ରିତିକ ମହାପାତ୍ର, ସୁରେନ୍ଦ୍ର ଜେନା, ସଞ୍ଜୟ ସୁନାନି, ସତ୍ୟବ୍ରତ ମହାନ୍ତି, ବିକି ଜେଠୀ, ନରେନ୍ଦ୍ର ମଲ୍ଲିକ, ଋଷି କାଣ୍ଡି, ସନ୍ତୋଷ ବିଶ୍ୱାଳ, ରଜନୀ ବସ୍ତିଆ ଓ ପ୍ରତ୍ୟୁଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ