କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ସଚିବ

କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ସଚିବ

କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ସଚିବ


କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ସଚିବ ଏସ ଆସ୍ୱଥି ଆଜି କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏଥି ସହିତ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟ ତଦାରଖ କରିଥିଲେ । କଟକ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ କିଭଳି ପରିଚାଳିତ କରାଯାଉଛି ସେ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ସହରର ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଏହି ଅବସରରେ ସଚିବ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସହିତ ନୂତନ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ନୂତନ ଗୃହର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାଏ, ଜିଲ୍ଲା କ୍ରୀଡା ଶିକ୍ଷାଅଧିକାରୀ ସୌଦାମିନୀ ଦାସ, ବିଜ୍ଞାନ ପରିଦର୍ଶକ ଦ୍ୱେବ୍ରତ ତ୍ରିପାଠୀ,କାର୍ଯ୍ୟାଳୟ ମୁଖ୍ୟ କିରାଣୀ ପ୍ରଦୀପ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ସହାୟକ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି