କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି

କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ପଦୋନ୍ନତି


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀଙ୍କ ଓଡିଶା ସୂଚନା ସେବା ଉପ-ନିର୍ଦେଶକ,ପ୍ରଥମ ଶ୍ରେଣୀ (ବରିଷ୍ଠ ବର୍ଗ) ପଦବୀକୁ ପଦୋନ୍ନତି ହୋଇଛି । ଶ୍ରୀ ଷଡଙ୍ଗୀ କଟକ ଜିଲ୍ଲାରେ ଓଡିଶା ସୂଚନା ସେବା ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ଥାଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ ନିଜର ଦାୟିତ୍ୱ ତୁଲାଇ ଜିଲା କାର୍ଯ୍ୟାଲୟରେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ସୂଚନା ସେବାକୁ ତ୍ୱରାନ୍ୱିତ କରିବା, ଗଣ ମାଧ୍ୟମ ପ୍ରତିନିଧି ତଥା ସହରର ବିଭିନ୍ନସ୍ତରର ଅନୁଷ୍ଠାନ ସହିତ ଜଡିତ ରହି ଜଣେ ଦକ୍ଷ ସୂଚନା ସେବା ପ୍ରଶାସକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଗତ କାଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଶୋକ କୁମାର ଷଡଙ୍ଗୀଙ୍କୁ ଉପ-ନିର୍ଦେଶକ ସୂଚନା ସେବା ପ୍ରଥମ ଶ୍ରେଣୀ (ବରିଷ୍ଠ ବର୍ଗ) ପାହ୍ୟାକୁ ପଦୋନ୍ନତି ଦେଇ ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ କଟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ପୁନର୍ବାର ଅବସ୍ଥାପିତ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *