କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି

କଟକ(ଏନ୍.ଏମ୍.): କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବିଭିନ୍ନ ଥାନାରେ କାର୍ଯ୍ୟରତ ୧୧ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ସେମାନଙ୍କ ସ୍ଥାନରେ ନୂତନ ଥାନାଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ, ଓଲଟପୁର ଥାନାର ନୂତନ ଇନ୍ସପେକ୍ଟର ଭାବେ ବିଜୟ ସାହୁ, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଭବେ ଚିନ୍ମୟୀ ସାହୁ, ଗୁରୁଡିଝାଟିଆ ଥାନାଧିକାରୀ ଭାବେ ରଞ୍ଜନ କୁମାର ପ୍ରଧାନ, ଆଠଗଡ ଥାନା ଅଧିକାରୀ ଭାବେ ଶୁଭ୍ରାଂଶୁ ଶେଖର ପରିଡା, ବଡମ୍ବା ଥାନାଧିକାରୀ ଭାବେ ନିରଞ୍ଜନ ଦାସ, ନରସିଂହପୁର ଥାନାଧିକାରୀ ଭାବେ ଅଲେଖ ଗରଡିଆ, ମାହାଙ୍ଗା ଥାନା ଅଧିକାରୀ ଭାବେ ବିଜୟ କୁମାର ମଲ୍ଲିକ, ନେମାଳ ଥାନାଧିକାରୀ ଭାବେ ଉମେଶ କୁମାର ସାହୁ, ନିଆଳୀ ଥାନାଧିକାରୀ ଭାବେ ନୀହାର ରଞ୍ଜନ ମହାନ୍ତି, ସାଲେପୁର ଥାନାଧିକାରୀ ଭାବେ ଏମ.କେ ସେନାପତି ଓ ପ୍ରମୋଦ କୁମାର ଲେଙ୍କାଙ୍କୁ ଡିସିଆରବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି । ବଦଳି ହୋଇଥିବା ଥାନାଧିକାରୀମାନେ ତୁରନ୍ତ ନିଜ ନିଜ ସ୍ଥାନରେ ଯୋଗଦେବାକୁ ନିଦେ୍ର୍ଦଶାନାମାରେ ଉଲ୍ଲେଖ ରହିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *