କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ


ଜଗତପୁର (ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ୱାର୍ଡ଼ ଅଫିସ୍ ପରିସରରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟଙ୍କ ନିଦ୍ଦେର୍ଶରେ ପିଏଲ୍‌ଭି ଲୋକନାଥ ଶତପଥୀ ଅଧ୍ୟକ୍ଷତା କରି ଜନସାଧାରଣ କିଭଳି ମାଗଣାରେ ଆଇନ ସହାୟତା ପାଇ ପାରିବେ ସେ ନେଇ ସଚେତନ କରାଇଥିଲେ । ଏହି ଶିବିରରେ ବିଭିନ୍ନ ବସ୍ତିର ଅଧିବାସୀ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଶତପଥୀ ଉପସ୍ଥିତ ଲୋକମାନଙ୍କୁ ଆଇନ୍ ସମସ୍ତଙ୍କ ପାଇଁ ସମାନ, ସେଥିରୁ କେହି ବଞ୍ଚିତ ରହିବେ ନାହିଁ ବୋଲି କହିଥିଲେ । ପୁନଶ୍ଚ ସରକାରଙ୍କ ବିଭିନ୍ନ ଯୋଜନା ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ବଞ୍ଚିତ ହେଉଛନ୍ତି, ସେମାନେ କିପରି ପ୍ରାଧିକରଣ ମାଧ୍ୟମରେ ମାଗଣା ସହାୟତା ପାଇପାରିବେ ସେ ବିଷୟରେ ବୁଝାଇବା ସହିତ ମହିଳା, ଶିଶୁ, ମାନସିକ ବିକାରଗ୍ରସ୍ଥ ବା ଶାରୀରିକ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ହାଜତରେ ଥିବା ବ୍‌ଯକ୍ତି, ବିଚାରଧିନ ବନ୍ଦୀ, ତଫସିଲଭୁକ୍ତ ଜାତି /ଉପଜାତିର ସଦସ୍ୟ, ମାନବ ଚାଲାଣ ଅପରାଧରେ ଶିକାର ବ୍ୟକ୍ତି ବା ସମ୍ବିଧାନର ଧାରା ୨୩ ମୁତାବକ ଭିକ୍ଷୁକ, ବନ୍ୟା, ବତ୍ୟା, ମରୁଡି ବା ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ, ଦଙ୍ଗାଗ୍ରସ୍ଥ, ଶିଳ୍ପ ଶ୍ରମିକ, ଶିଳ୍ପ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଏଚଆଇଭି କିମ୍ବା ଏଡ୍‍ସ ପୀଡ଼ିତ ବ୍ୟକ୍ତି ଓ କିନ୍ନରଙ୍କ ସମେତ ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଆୟର ପରିମାଣ ଦୁଇ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେଇମାନେ ନିଃଶୁଳ୍କ ଆଇନ୍ ସହାୟତା ପାଇପାରିବେ । ଏହି ଅବସରରେ ସିଏମସି ୱାର୍ଡ଼ ଅଧିକାରୀ ପିତାମ୍ବର ମଲ୍ଲିକ, ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *