କଟକ ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

କଟକ ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

କଟକ ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା


କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଓ ଖଣ୍ଡପଡା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଗତ ୨୯ ତାରିଖରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବା ସହ ୭ ତାରିଖରେ ପ୍ରାର୍ଥୀପତ୍ରଗୁଡିକୁ ଯାଂଚ କରାଯାଇଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା ।
କଟକ ଲୋକସଭା ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ବିରଂଚି ନାରାୟଣ ମହାରଣା ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଥିସହ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିବେ । ଅନ୍ୟପକ୍ଷରେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ କେହି ଜଣେ ହେଲେ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିନାହାନ୍ତି । ଫଳରେ କଟକ ସଦର ଆସନରେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେବ । ତେବେ ଚୌଦ୍ୱାର କଟକ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାର୍ଥପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଦୀପକ କୁମାର ବାରିକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବାବେଳେ ବାରବାଟୀ କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ହେଲେ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିନାହାନ୍ତି । ବାରବାଟୀ କଟକରୁ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରିବା ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବାବେଳେ ଚୌଦ୍ୱାର କଟକରୁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରିବା ନିମନ୍ତେ ତାଲିକା ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କେହି ଜଣେ ହେଲେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି । ଏଠାରେ ଆଠଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ନମିତା ଖୁଂଟିଆ ଏବଂ ଶଙ୍କର୍ଷଣ ମହାନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବାବେଳେ ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଦୁର୍ଗାପ୍ରିୟା ଦଳବେହେରା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଆଠଗଡରେ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଥିବାବେଳେ ବଡମ୍ବାରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଏହିସବୁ ଆସନଗୁଡିକରେ ଆସନ୍ତା ୨୫ ତାରିଖରେ ଭୋଟଗ୍ରହଣ କରାଯିବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ସେହିପରି ଆଜି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଶାନ୍ତ ବେହେରା ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅରିନ୍ଦମ ରାୟ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଜଣେ ହେଲେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ।
କଟକ ଲୋକସଭା ନିର୍ବାଚନ ମଣ୍ଡଳୀ
୧. ପ୍ରମୋଦ କୁମାର ମଲ୍ଲିକ୍‌ ବହୁଜନ ସମାଜ ପାର୍ଟି
୨. ଭର୍ତୃହରି ମହତାବ ଭାରତୀୟ ଜନତା ପାର୍ଟି
୩. ସୁରେଶ ମହାପାତ୍ର ଭାରତୀୟ ଜାତୀୟ କଂଗ୍ରେସ
୪. ସଂତୃପ୍ତ ମିଶ୍ର ବିଜୁ ଜନତା ଦଳ
୫. ପ୍ରକାଶ ଚନ୍ଦ୍ର ସାହୁ କୃପା ପାର୍ଟି
୬. ମିନତୀ ପଟ୍ଟନାୟକ ସମୃଦ୍ଧ ଓଡ଼ିଶା
୭. ରାଜକିଶୋର ମଲ୍ଲିକ ସୋସିଆଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)
୮. ଗୋକୁଳାନନ୍ଦ ମିଶ୍ର ସ୍ୱାଧୀନ
୯. ନିରଞ୍ଜନ ପତି ସ୍ୱାଧୀନ
୧୦. ଶୋଭା ପାଣ୍ଡେ ସ୍ୱାଧୀନ
ବାରବାଟୀ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ଅଶୋକ କୁମାର ଷଡଙ୍ଗୀ ଆମ ଆଦମୀ ପାର୍ଟି
୨. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭାରତୀୟ ଜନତା ପାର୍ଟି
୩. ସୋଫିଆ ଫିର୍ଦ୍ଦୋଶ ଭାରତୀୟ ଜାତୀୟ କଂଗ୍ରେସ
୪. ପ୍ରକାଶ ଚନ୍ଦ୍ର ବେହେରା ବିଜୁ ଜନତା ଦଳ
୫. ଆରିଫ ଖାନ୍‌ ସମୃଦ୍ଧ ଓଡ଼ିଶା
୬. ଅକ୍ଷୟ କୁମାର ରାଉତ ସୋସାଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)
୭. ନରସିଂହ ପତି ସ୍ୱାଧୀନ
୮. ନୀଳମାଧବ ଦାଶ ସ୍ୱାଧୀନ
୯. ପ୍ରଶାନ୍ତ କୁମାର ରାଉତ ସ୍ୱାଧୀନ
୧୦. ରାଜେଶ କୁମାର ପାତ୍ର ସ୍ୱାଧୀନ
୧୧. ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଧୀନ
୧୨. ସଞ୍ଜିତ୍ କୁମାର ସାମଲ ସ୍ୱାଧୀନ
୧୩. ଶୋଭା ପାଣ୍ଡେ ସ୍ୱାଧୀନ
ଚୌଦ୍ୱାର କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ନୟନ କିଶୋର ମହାନ୍ତି ଭାରତୀୟ ଜନତା ପାର୍ଟି
୨. ବିଜୟଲକ୍ଷ୍ମୀ ମହାପାତ୍ର ଆମ ଆଦମୀ ପାର୍ଟି
୩. ମନୋରଞ୍ଜନ ଦଳାଇ ବହୁଜନ ସମାଜ ପାର୍ଟି
୪. ମୀରା ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ
୫. ସୌଭିକ ବିଶ୍ୱାଳ ବିଜୁ ଜନତା ଦଳ
୬. ଖଗେଶ୍ୱର ସେଠୀ ସୋସାଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)
୭. ଲୁଲୁ ବିଶ୍ୱାଳ ସମୃଦ୍ଧ ଓଡ଼ିଶା
୮. ବିପ୍ଳବ ନନ୍ଦ ସ୍ୱାଧୀନ
୯. ରଞ୍ଜିତ ମଲ୍ଲିକ ସ୍ୱାଧୀନ
୧୦. ରୁପାଲି ଲେଙ୍କା ସ୍ୱାଧୀନ
୧୧. ଶୋଭା ପାଣ୍ଡେ ସ୍ୱାଧୀନ
୧୨. ସୁକାନ୍ତ ଚନ୍ଦ୍ର ସାହାଣୀ ସ୍ୱାଧୀନ
କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ଚନ୍ଦ୍ର ସାରଥୀ ବେହେରା ବିଜୁ ଜନତା ଦଳ
୨. ରାମଚନ୍ଦ୍ର ଗୋଚ୍ଛାୟତ କଂଗ୍ରେସ
୩. ପ୍ରକାଶ ଚନ୍ଦ୍ର ସେଠୀ ଭାରତୀୟ ଜନତା ପାର୍ଟି
୪. ପରମାନନ୍ଦ ସେଠୀ ସୋସାଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)
ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ତୁଷାରକାନ୍ତ ଚକ୍ରବର୍ତୀ ଭାରତୀୟ ଜନତା ପାର୍ଟି
୨. ଦେବାଶିଷ ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ
୩. ଦେବୀ ରଞ୍ଜନ ତ୍ରିପାଠୀ ବିଜୁ ଜନତା ଦଳ
୪. ପ୍ରକାଶ ଚନ୍ଦ୍ର ସାହୁ କୃପା ପାର୍ଟି
୫. ମମତା ଜେନା ମାନସ ଲୋକଶକ୍ତି ଦଳ
୬. ମାଳବିକା ସାମଲ ସୋସାଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)
୭. ସୁବାସ ଚନ୍ଦ୍ର ରାଉତ ନ୍ୟାସନାଲ ଆପନି ପାର୍ଟି
୮. ଭିକାରୀ ଦେବତା ସ୍ୱାଧୀନ
ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୁ ଜନତା ଦଳ
୨. ଅଭୟ କୁମାର ବାରିକ ଭାରତୀୟ ଜନତା ପାର୍ଟି
୩. ସୁଦର୍ଶନ ସାହୁ ଭାରତୀୟ ଜାତୀୟ କଂଗ୍ରେସ
୪. ଦିବ୍ୟସିଂହ ମିଶ୍ର ସମୃଦ୍ଧ ଓଡ଼ିଶା
୫. ଦେବୀ ପ୍ରସାଦ ମହାପାତ୍ର ଆମ ଆଦମି ପାର୍ଟି
୬. ଗଗନ ବିହାରୀ ରାଉତ କଳିଙ୍ଗ ନ୍ୟାସନାଲ ପାର୍ଟି
୭. ସନ୍ତୋଷ କୁମାର କର ନ୍ୟାସନାଲ ଆପନି ପାର୍ଟି
୮. ଗଣେଶ୍ୱର ସାହୁ ବହୁଜନ ସମାଜ ପାର୍ଟି
୯. ପ୍ରଚେତା ପରମାଣିକ ସୁପ୍ରିମ ଜିରୋ ପାର୍ଟି
୧୦. ରାଜେନ୍ଦ୍ର କୁମାର ମହାନ୍ତି ସ୍ୱାଧୀନ
୧୧. ବିଜୟ କୁମାର ପରିଡା ସ୍ୱାଧୀନ
୧୨. ହରିହର ସାହୁ ସ୍ୱାଧୀନ
ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ
୧. ଦେବୀ ପ୍ରସାଦ ମିଶ୍ର ବିଜୁ ଜନତା ଦଳ
୨. ସମ୍ବିତ୍ ତ୍ରିପାଠୀ ଭାରତୀୟ ଜନତା ପାର୍ଟି
୩. ସଞ୍ଜୟ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ
୪. ସରୋଜ କୁମାର କରନ୍‌ କଳିଙ୍ଗ ନ୍ୟାସନାଲ ‘୍ରଂଟ
୫. କୈଳାଶ ଚନ୍ଦ୍ର ନାୟକ ସମୃଦ୍ଧ ଓଡ଼ିଶା
୬. ପ୍ରସାଦ କୁମାର ନାୟକ ସ୍ୱାଧୀନ
୭. ମନୋରଞ୍ଜନ ବେହେରା ସ୍ୱାଧୀନ
୮. ବିଜୟ କୁମାର ଦଳବେହେରା ସ୍ୱାଧୀନ
୯. ଯୁଗଳ କିଶୋର ରାଉତ ସ୍ୱାଧୀନ
୧୦. ମନୋଜ କୁମାର ନନ୍ଦ ସ୍ୱାଧୀନ

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ