କଟକ ଖପୁରିଆ ଛକରେ କଟକ ଶକ୍ତି ନଗର କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କୁ ବିପୁଳ ସମ୍ବର୍ଦ୍ଧନା
କଟକ(ଏନ୍.ଏମ୍.): ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତଥା ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସ ସୌଜନ୍ୟ ମୂଳକ ଭାବେ କଟକ ସ୍ଥିତ ସ୍ୱରାଜ ଆଶ୍ରମ, ନେତାଜୀ ଜନ୍ମ ସ୍ଥାନ, ଚଣ୍ଡୀ ମନ୍ଦିର, ସମାଜ ଅଫିସ, ପ୍ରଜାତନ୍ତ୍ର ଅଫିସ ଇତ୍ୟାଦି ଗସ୍ତ କରିବାକୁ ଯାଉଥିବା ବେଳେ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଖପୁରିଆ ଛକ ଠାରେ ଜିଲ୍ଲା କଂଗ୍ରେସ୍ର ପ୍ରାକ୍ତନ ଉପସଭାପତି ଶିଶିର ରଥ, ମନୋଜ ବିଶ୍ୱାଳ, ରାଜେଶ୍ ସ୍ୱାଇଁ, ସଦର କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତଙ୍କ ମିଳିତ ନେତୃତ୍ୱରେ ୪୦୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ପିସିସି ସଭାପତି ଭକ୍ତ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସିର ପ୍ରାକ୍ତନ ସମ୍ପାଦକ ପ୍ରିୟଜିତ ରାୟ, କଟକ ନଗର(ଜିଲ୍ଲା)କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା, ଜିଲ୍ଲା କଂଗ୍ରେସ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ, ବରିଷ୍ଠ କଂଗ୍ରେସ ନେତା ଆଡଭୋକେଟ ଆଲୋକ ନନ୍ଦ, ଆଠଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁଦର୍ଶନ ସାହୁ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ନଗର କଂଗ୍ରେସ ଉପସଭାପତି ମାନସ ନାୟକ, ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ପଣ୍ଡା, ନିହାର ରଞ୍ଜନ ନନ୍ଦ, ଯୁବନେତା କାଳନ୍ଦୀ ଖୁଣ୍ଟିଆ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍, ଛାତ୍ର ନେତା ସୁନିଲ ଜେନା, ପ୍ରମୁଖ ଯୋଗଦେଇ ସ୍ୱାଗତ କରିବା ସହିତ ଶ୍ରୀ ଦାସଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସଂଗଠନ ମଜବୁତ ହେବାସହ ତାର ହରାଇଥିବା ସ୍ଥିତିକୁ ନିଶ୍ଚୟ ଫେରିପାଇବ ବୋଲି ଆଶାବ୍ୟକ୍ତ କରିଥିଲେ। ବିଜେଡି ଓ ବିଜେପି ଶାସନ ସମୟରେ କଟକ ପ୍ରତି ଚରମ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଆଗକୁ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି କଂଗ୍ରେସ କର୍ମୀମାନେ କହିଥିଲେ। ସେହିଭଳି ଆଜି କଟକରେ କଂଗ୍ରେସର ଏକ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅବସରରେ ଭକ୍ତ ଚରଣ ଦାସ ଓ ମୋକିମ ଦୁଇ ବରିଷ୍ଠ ନେତା ଏକାଠି ହୋଇଛନ୍ତି। ଶ୍ରୀ ଦାସ ପିସିସି ସଭାପତି ହେବା ପରେ ପ୍ରଥମ ଥର ଏକାଠି ପାଇଁ ଉଭୟେ ଏକାଠି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମକୁ ମହମ୍ମଦ ମୋକିମ ଯାଇ ନଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଆଜି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଉଭୟ ନେତା କଟକ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଥିବା ବରପୂତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରୀ ଦାସ ମୋକିମଙ୍କ ଘରକୁ ଯାଇ ଭୋଜନ କରିଛନ୍ତି। ଏହି ଅବସରରେ ଭକ୍ତ ବିଧାୟିକା ସୋଫିଆଙ୍କୁ ଫାୟାର ବ୍ରାଣ୍ଡ କହିଛନ୍ତି।