କଟକର ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକର ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକର ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


#କଟକ(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ପୂଜା ପାଳନ।ଏହି ପରିପ୍ରେକ୍ଷୀରେ ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ପୂଜାମଣ୍ଡପ ବୁଲିଛନ୍ତି। ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ ପ୍ରତାପନଗରୀ ଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବା ପରେ ବାଲିକୁଦା ପୂଜା ମଣ୍ଡପ, ଗୋପାଳପୁର, ନୂଆବଜାର, ଚାଉଳିଆଗଞ୍ଜ ପୋତାପୋଖରୀ, ଶିଖରପୁର, ଯୋବ୍ରା, ମଙ୍ଗଳାବାଗ, ରାଣୀହାଟ, କଲେଜଛକ, ଛତ୍ରବଜାର, ମଧୁପାଟଣା, ଖାନନଗର ପିଠାପୁର, ଝୋଲାସାହି, ନିମସାହି, ଦରଘାବଜାର, ଚୌଧୁରୀବଜାର, ଫିରିଙ୍ଗି ବଜାର, ଚାନ୍ଦିନୀଚୌକ, ମହମ୍ମଦିଆ ବଜାର, ଶେଖବଜାର, ରାମଗଡ଼, ଦେଉଳସାହି, ମର୍କତ ନଗର ଆଦି ପୂଜା ମଣ୍ଡପ ପରିଦର୍ଶନ କରିବା ପରେ ସର୍କିଟ ହାଉସରେ ମଧ୍ୟାହ୍ନ ବିରତି ନେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପାଇକ ସାହି, ଡାହାଳିଆବାଗ, ଭାଣପୁର, ରାମନଗର ପୂଜା ମଣ୍ଡପରେ ଦେବୀଙ୍କ ଦର୍ଶନ କରିବା ସହ ରାଜ୍ୟ ଓ ଦେଶର ମଙ୍ଗଳ କାମନା କରିଥିଲେ। ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି ମଧ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଫଟୋ ଉଠାଇଛନ୍ତି। ଏଥିସହ ଲୋକଙ୍କ ସହ କରମର୍ଦ୍ଦନ କରିଥିବାର ପରିଲକ୍ଷିତ ହୋଇଛି। ମଣ୍‌ହପରେ ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପ ପରିଦର୍ଶନ ସମୟରେ କଟକର ପ୍ରସିଦ୍ଧ ଆଳୁଦମ ଦହିବରା ଖାଇ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ