କଟକରେ ପୁଣି ଅଘଟଣ: ଜାଇକାର ୫୦ ଫୁଟ ଗାତରେ ଗଳିପଡିଲା ପିକଅପ ଭ୍ୟାନ

କଟକରେ ପୁଣି ଅଘଟଣ: ଜାଇକାର ୫୦ ଫୁଟ ଗାତରେ ଗଳିପଡିଲା ପିକଅପ ଭ୍ୟାନ

କଟକରେ ପୁଣି ଅଘଟଣ: ଜାଇକାର ୫୦ ଫୁଟ ଗାତରେ ଗଳିପଡିଲା ପିକଅପ ଭ୍ୟାନ

Rajendra Chhotray (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରର ରାସ୍ତାଘାଟ ଏବେ ପାଲଟି ଯାଇଛି ମରଣ ଯନ୍ତା । ଆଜି କଟକ ପ୍ରେସ ଛକ ଠାରୁ ନୂଆବଜାରକୁ ଲମ୍ବିଥିବା ରାସ୍ତା ହଠାତ୍ ଦବି ଯିବା ଫଳରେ ୫୦ଫୁଟର ଏକ ଗାତରେ ପିକ୍‌ଅପଭ୍ୟାନ ଗଳିପଡ଼ିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ତେବେ ରାସ୍ତା ଦବିବା ପଛରେ ଜାଇକାର ବେପରୁଆ କାମ ଜଣାପଡ଼ିବା ପରେ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନରେ ଜାଇକା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ଅଧାପନ୍ତରିଆ ପଡ଼ି ରହିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି । ତେଣୁ ଜାଇକା ଯନ୍ତ୍ରଣାରେ ଜର୍ଜରିତ କଟକ ବାସୀ । ପ୍ରତ୍ୟେକ ଦିନ ଭୋଗୁଛନ୍ତି ଯମ ଯନ୍ତ୍ରଣା । କଟକ ସହର ମାଟି ତଳ ଆଉ ସୁରକ୍ଷିତ ନୁହେଁ । ଜାଇକା ଯୋଗୁଁ ଢିଲା ହେବାରେ ଲାଗିଛି କଟକ ସହର ଭୂତଳ ମାଟି । ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ମାଟି ଦବିଯାଉଥିବାବେଳେ ରାସ୍ତାଘାଟ ହଠାତ ଦବି ଯାଉଛି । ଫଳରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି । କଟକ ସହରରେ ଏହି ଭଳି ଖାମଖିଆଲି କାମ କରି ସିଏମସି ପରିବର୍ତ୍ତନର ନୂଆ ରୂପ ଦେବାକୁ ଯାଉଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଗତ ଦୁଇଦିନ ତଳେ ଲଘୁଚାପଜନିତ ବର୍ଷା ଯୋଗୁଁ କଟକ ପ୍ରେସ ଛକ ଠାରୁ ନୂଆ ବଜାର ରାସ୍ତା ମଝିରେ ପାଖାପାଖି ୫୦ମିଟରରୁ ଉର୍ଦ୍ଧ୍ୱ ରାସ୍ତା ଦବି ଯାଇଛି । ସୂଚନା ଅନୁସାରେ ମାଟି ତଳେ ଜାଇକା ଯେଉଁ ଭଳି ଭାବେ ବିନା ଟେକ୍ନିକାଲ ତରିକାରେ ପାଇପ୍ ଲାଇନ୍ ପକାଉଛି ଫଳରେ ବିଭିନ୍ନ ସ୍ଥାନରେ ମାଟି ଦବି ଯାଉଛି । ଜାଇକାର ଏହି ପ୍ରକଳ୍ପ ତିଆରି କରିବା ସମୟରେ ବିଭାଗୀୟ ଅଧିକାରୀ ସଠିକ୍ ଅନୁଧ୍ୟାନ ନକରିବାରୁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଜାଇକା ଓ ସିଏମସିକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ସହରବାସୀ । ଆଜି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ସିଏମସି ମେୟର ସୁବାଷ ସିଂ, ଜାଇକା କନିଷ୍ଠ ଯନ୍ତ୍ରୀ ଓ ଶ୍ରୀତମ ଦାସ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ