କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ

କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ସାରା ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଦାବିରେ, ଶ୍ରୀ ମନ୍ଦିରର ଅନ୍ୟାନ୍ୟ ଦାବି ନେଇ ଏକ ସଙ୍କୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ବାସୁଦେବପୁର କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ପ୍ରସନ୍ନ ଦେବ ମନ୍ଦିରରେ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଛି । ସରପଞ୍ଚ ସୁବାସ ସନ୍ଦିବିଗ୍ରହଙ୍କ ସଭାପତିତ୍ୱରେ ଜିଲ୍ଲା ସଭାପତି ଅଶୋକ ଦାସ, ନଗର କଂଗ୍ରେସ ସଭାପତି ଭକ୍ତରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ, ମଞ୍ଜୁଲତା ପଣ୍ଡା, ସରପଞ୍ଚ ଆଦିତ୍ୟ ଗିରି ପ୍ରମୁଖ ରାଜ୍ୟ ସରକାରଙ୍କୁ ଶ୍ରୀ ମନ୍ଦିର ଚାରି ଦ୍ୱାର ଶୀଘ୍ର ଖୋଲିବା ନିମନ୍ତେ ଦାବି କରିଥିଲେ । ଆଜିର କାର୍ଯ୍ୟ କର୍ମରେ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *