କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ନେଇ କର୍ଣ୍ଣାଟକରେ କଂଗ୍ରେସ କରିଥିବା ନିର୍ବାଚନୀ ଘୋଷଣାକୁ କଟକରେ ତିବ୍ର ବିରୋଧ କରାଯାଇଛି । କଂଗ୍ରେସର ଏଭଳି ହୀନ କାର୍ଯ୍ୟକୁ ବିରୋଧରେ ସାରା ଦେଶରେ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଡଗରପଡ଼ାସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିସା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱହିନ୍ଦୁ ପରିଷଦ ଅନ୍ତରାଷ୍ଟ୍ରୀୟ ସମ୍ପାଦକ ବିନାୟକ ରାଓ ଦେଶ ପାଣ୍ଡେ ଯୋଗଦେଇ ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର ହୋଇଥିବାବେଳେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ହିନ୍ଦୁମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ କାଳାତି ପାତ କରୁଛନ୍ତି । ବଜରଙ୍ଗ ଦଳ ପରି ଏକ ରାଷ୍ଟ୍ରବାଦୀ ସଂଗଠନକୁ ବ୍ୟାନ କରିବାର ଚିନ୍ତା କରିବା ଏକ ରାଷ୍ଟ୍ରବିରୋଧି କାର୍ଯ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ଅଂଶ ଗ୍ରହଣ କରି ପ୍ରତିବାଦ ସ୍ୱରୂପ ୧୧ବାର ହନୁମାନ ଚାଳିଶା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ମହାନଗର ବଜରଙ୍ଗଦଳର ସଂଯୋଜକ ବିକାଶ ନାୟକ, ପୂର୍ବତନ ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, ଜି. କମଳ କୁମାର, ଚୈତନ୍ୟ ପରିଡ଼ା, ବିଭାଗ ସଂଯୋଜକ ସଞ୍ଜୟ ସିଂହ, ଉଦୟନାଥ ମହାନ୍ତି, ନରେଶ ବାରିକ, ସଂଗ୍ରାମ ଗ୍ରହାଚାର୍ଯ୍ୟ, ସରୋଜ କୁମାର ସାହୁ, ସତ୍ୟ ରାୟ, ରୋହିତକ ରାଉତ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *