ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର

ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ମେଗା ରକ୍ତ ଦାନ ଶିବିର


କଟକ(ଏନ୍‌.ଏମ୍‌.): ଓଡ଼ିଶା ମୋ ପରିବାର କଟକ ସିଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ପରିସ୍ଥିତିରେ ରକ୍ତ ସଂକଟ ସୃଷ୍ଟି ନହେବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଶିବିରରେ ୧୦୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା ମୋ ପରିବାର ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ସାଂସଦ ସୁବାଷ ସିଂହ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ଦେବାଶିଷ ସାମସ୍ତରାୟ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ପ୍ରଫୁଲ୍ଲ ସିଂହ, ପ୍ରଶାନ୍ତ ନାୟକ, ବିଜୟ ବେହେରା, ଧର୍ମେଶ ନାୟକ, ମହମ୍ମଦ ସକିଲ, ଆଇନଜୀବୀ ମିଲନ କାନୁନଗୋ, ସ୍ମୃତିରଞ୍ଜନ ନାୟକ, ଆଶିଫ ଅମିନ, ମଞ୍ଜିତ ଦାସ, ସନ୍ତୋଷ ମହାପାତ୍ର, ସୌମ୍ୟଦୀପ ଘୋଷ, ହରିଶଙ୍କର ରାଉତ, ପୂର୍ବତନ ମେୟର ଅନିତା ବେହେରା, ଯୁବନେତା ଜଗତଜ୍ୟୋତି ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ପ୍ରସନ୍ନ ମୂଳିଆ, ୱାର୍ଡ଼ ସଭାପତି ପ୍ରତାପ ମୂଳିଆ, କାବୁଲି ମୂଳିଆ, ସନ୍ଦୀପ ରଥ, ଅଚ୍ୟୁତ ଘୋଷ, ବିଜୟ କୁମାର ରାଉତ, ପ୍ରମୋଦ ରାଉତ, ପ୍ରବୀଣ ବରାଳ ସମେତ ଓଡ଼ିଶା ମୋ ପରିବାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ କରୋନା କଟକଣା ପାଳନ ପୂର୍ବକ ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବାରୁ ସଂଯୋଜକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *