ଓଡ଼ିଶାରେ ହେବ ପୁଣି ୪ଟି ନୂଆ ବିମାନ ବନ୍ଦର : ପୁରୀକୁ ମିଳିଲା ସବୁଜ ସଙ୍କେତ

ଓଡ଼ିଶାରେ ହେବ ପୁଣି ୪ଟି ନୂଆ ବିମାନ ବନ୍ଦର : ପୁରୀକୁ ମିଳିଲା ସବୁଜ ସଙ୍କେତ


ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ହେବ ଆଉ ୪ଟି ନୂଆ ବିମାନବନ୍ଦର ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁରଠାରେ କିଭଳି ବିମାନବନ୍ଦର ନିର୍ମାଣ କାମ ତୁରନ୍ତ ଶେଷହେବ ସେ ଦିଗରେ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କ ସହ ଶ୍ରୀମତୀ ପାଢ଼ୀ ବିଚାର ବିମର୍ଶ କରିଥିଲେ । ଏହି ଅବସରରେ ରାଜ୍ୟରେ ବିମାଣ ଉଡ଼ାଣ କ୍ଷେତ୍ରରେ ଲାଗି ରହିଥିବା ଅନ୍ୟ ସମସ୍ୟା ଏବଂ ବହୁ ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ, ପୁରୀରେ ବିମାନ ବନ୍ଦର ନିର୍ମାଣ ଲାଗି ନିକଟରେ ଏକ କେନ୍ଦ୍ରୀୟ ଟିମ୍ ପରିଦର୍ଶନରେ ଆସି ଜାଗା ଦେଖି ଯାଇଛନ୍ତି । ଏଣୁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଏକ ପ୍ରକାର ସବୁଜ ସଙ୍କେତ ମିଳିସାରିଛି । ଅନ୍ୟପଟେ ରାଉରକେଲା ଏବଂ ଜୟପୁର ଠାରେ ଥିବା ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଏବଂ ବିକାଶ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଖୁବ୍‌ଶୀଘ୍ର ଏଠାରୁ ବିମାନ ଚଳାଚଳ ପାଇଁ ଉଡ଼ାଣ ସ୍କିମରେ ସାମିଲ୍ କରାଯିବା ସହ ବିଡ ଆହ୍ୱାନ କରାଯିବ । ଉଡ଼ାଣ ଜରିଆରେ ନୂଆ ଯୋଗାଯୋଗ ସ୍ଥାପନ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ନିଷ୍ପତ୍ତି ନେବେ ବୋଲି ଶ୍ରୀମତୀ ପାଢ଼ୀ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *