ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଚରଣ ଦାସ

ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଚରଣ ଦାସ

ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଚରଣ ଦାସ


ଭୁବନେଶ୍ୱର(ଏନ୍‌.ଏମ୍‌.): ପିସିସି ମୁଖିଆଙ୍କୁ ନେଇ ବହୁ କଳ୍ପନା ଜଳ୍ପନା ପରେ ଏବେ ସେସବୁର ଅନ୍ତ ଘଟିଛି। ଓଡ଼ିଶାର ବହୁ ହେଭି ୱେଟ ନେତା ପିସିସି ସଭାପତି ଦୌଡ଼ରେ ଥିବାବେଳେ ଆଜି ଅଲ ଇଣ୍ଡିଆ କଂଗ୍ରେସ କମିଟି ଭକ୍ତଚରଣ ଦାସଙ୍କୁ ସଭାପତି ପାଇଁ ମୋହର ମାରିଛି। କଂଗ୍ରେସ ସଭାପତିଙ୍କ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା। କମିଟିର ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି. ଭେନୁଗୋପାଳ ତାଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ୧୯୫୮ ମସିହା ନଭେମ୍ବର ୨୬ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାସ ୯ମ, ଏକାଦଶ ଓ ପଞ୍ଚଦଶ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ସେ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଥିବାବେଳେ କଂଗ୍ରେସର ପ୍ରବକ୍ତା ତଥା ମହାସଚିବ ଭାବେ କାର୍ଯ୍ୟକରିଛନ୍ତି। ସେ ୧୯୯୦-୯୧ ପର୍ଯ୍ୟନ୍ତ ତତ୍‌କାଳୀନ ଭାରତ ସରକାରଙ୍କ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ଦାସ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଇନ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ସେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ୱ କରି ବାରମ୍ବାର ବିଜୟର ମୁକୁଟ ପିନ୍ଧିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ