ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ

ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ


#ଭୁବନେଶ୍ୱର (ଏନ୍‌.ଏମ୍‌.): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଉଦଘାଟିତ ହେଉଥିବା ଭୁବନେଶ୍ୱର ବରମୁଣ୍ଡା ମୁଖ୍ୟ ବସଷ୍ଟାଣ୍ଡ ଜଣେ ଓଡ଼ିଆ ବରପୂତ୍ରଙ୍କ ନାମରେ ନାମକରଣ ନହେବା ଅନେକ ଓଡ଼ିଆ ସ୍ୱାଭିମାନୀ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି । ଓଡ଼ିଆଙ୍କ ରାଜକୋଷରୁ ଅର୍ଥ ବ୍ୟୟ କରାଯାଇ ସେହି ଅର୍ଥରେ ଓଡ଼ିଆ ସ୍ୱାଭିମାନକୁ ବାରମ୍ବାର ଆଘାତ କରିବା ଓଡ଼ିଆଙ୍କ ସହନଶୀଳତାକୁ ଆହ୍ୱାନ କରୁଛି ବୋଲି ମତ ପ୍ରକାଶ ପାଇଛି । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ଥିବା ରାସ୍ତାକୁ ବଦଳାଇ ମଦର ଟେରେସାଙ୍କ ନାଁରେ କରିବା, ହକି ଆଳରେ ବଲିଉଡ୍ ଚଳଚ୍ଚିତ୍ରର ବିଶେଷ ଦାମୀ ଭାଈଜାନ୍ ମାନଙ୍କୁ ଆପ୍ୟାୟିତ କରିବା, ଶ୍ରୀମନ୍ଦିର ଭିତରେ କାମିୟା ଜାନି ଭଳି ଗୋମାଂସ ଭକ୍ଷୀଙ୍କୁ ପୁରାଇବା, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଇଂରାଜୀ ମାଧ୍ୟମ ପିଲାଙ୍କୁ ଉଦଘୋଷିକା କରି ପୁଣି ଓଡ଼ିଆଙ୍କ ତାତ୍ସଲ୍ୟ କରିବା ପରେ ଏବେ ଆହୁରି ଓଡ଼ିଆ ବରପୂତ୍ରଙ୍କ ନାମ ବିଚାରକୁ ନନେଇ ନବୀନ ଓଡ଼ିଶାର ଭବ୍ୟ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଭିନ୍ନ ନାମରେ ନାମିତ କରିବା ପଦକ୍ଷେପ ଅଶୋଭନୀୟ ବୋଲି କ୍ଷୋଭର ସହ କହିଛନ୍ତି ମୁଁ ଓଡ଼ିଆ, ମୋ ଓଡ଼ିଶା, ମୋ ଭୁବନେଶ୍ୱର ପକ୍ଷରୁ ଦୀନବନ୍ଧୁ ଷଡ଼ଙ୍ଗୀ । ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବି ନେଇ ଆଜି ପୂର୍ବାହ୍ନରେ ବିଧାନସଭା ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଓଡ଼ିଆ, ମୋ ଓଡ଼ିଶା, ମୋ ଭୁବନେଶ୍ୱର ବ୍ୟାନର ଧରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ଜାଗ୍ରତ ରଖିବା ପାଇଁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ । ରାଜ୍ୟ ସରକାର ଓଡ଼ିଆ ସ୍ୱାଭିମାନକୁ ବାରମ୍ବାର ଆଘାତ ନଦେବା ପାଇଁ ଜାଗ୍ରତ ଓଡ଼ିଶାର ସଭ୍ୟମାନେ ଆହ୍ୱାନ ଦେଇଥିଲେ । ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ବିଶ୍ୱାଳ, ଆନନ୍ଦ ଚନ୍ଦ୍ର ମହାନ୍ତ, ଧରଣୀଧର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ନାୟକ, ଗୋବର୍ଦ୍ଧନ ମହାନ୍ତ, ମନୋଜ କୁମାର ଆଚାର୍ଯ୍ୟ, ଶତୃଘ୍ନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *