ଏବିଭିପିର ନଗର ସମ୍ମିଳନୀ

ଏବିଭିପିର ନଗର ସମ୍ମିଳନୀ


#ବାସୁଦେବପୁର(ଏନ୍‌.ଏମ୍‌.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖାର ନଗର ସମ୍ମିଳନୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ନଗର ସମ୍ମିଳନୀରେ ବାଲେଶ୍ୱର ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ଓ ବିଭିନ୍ନ ପ୍ରକାରର କାର୍ଯ୍ୟକର୍ମ ଉପରେ ରାଜ୍ୟ ସହ ସମ୍ପାଦକ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତନ ନଗର ଟିମକୁ ଭଙ୍ଗ କରାଯାଇ ନୂତନ ଟିମକୁ ନିର୍ବାଚନ ଅଧିକାରୀ ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଘୋଷଣା କରିଥିଲେ । ନୂତନ ସଭାପତି ଭାବରେ ପୂର୍ବରୁ ଥିବା ସଭାପତି ପୁଣି ଆଉ ଥରେ ୨୦୨୪/୨୫ ପାଇଁ ପୁରୁଷୋତ୍ତମ ବେହେରା ଓ ନଗର ସମ୍ପାଦକ ଭାବରେ ସର୍ବେଶ୍ୱର ବାରିକ୍‌, ଉପ ସଭାପତି ମନୋଜ ମଲ୍ଲିକ, ଅଧ୍ୟାପକ ପ୍ରଦୀପ ନାୟକ, ଶିକ୍ଷକ ଚିରଞ୍ଜିବି ଭୋଇ, ମୃତ୍ୟୁଞ୍ଜୟ ବିଶ୍ୱାଳ, ସହ ସମ୍ପାଦକ ଭାବରେ ମାଧୁରୀ ରାଉତ, ରଶ୍ମି ରଂଜନ ମହାନ୍ତି, ଛାତ୍ରୀ ପ୍ରମୁଖ ଭାବରେ ପୂଜାରାଣୀ ମଲ୍ଲିକ, ପାଠ୍ୟଚକ୍ର ପ୍ରମୁଖ ପ୍ରକାଶ ମଲ୍ଲିକ, କ୍ରୀଡା ପ୍ରମୁଖ ପ୍ରଶାନ୍ତ ଦାସ, ଏନଏସଏସ ପ୍ରମୁଖ ଶୁରଥି ମଲ୍ଲିକ, କଳା ମଞ୍ଚ ପ୍ରମୁଖ ସୁଭଦ୍ରା ରାଉତ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟରୁ ବହୁ ବିଦ୍ୟାର୍ଥୀ ଓ ପୁରାତନ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *