ଏନ୍‌ଏଲ୍‌ୟୂର ଉନ୍ନତ ଭାରତ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଏନ୍‌ଏଲ୍‌ୟୂର ଉନ୍ନତ ଭାରତ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୂ)ର ଉନ୍ନତ ଭାରତ ଅଭିଯାନ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନ ପକ୍ଷରୁ ଡମପଡା ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କ୍ୟାରିଅର୍ କାଉନ୍‌ସେଲିଂ ସମ୍ପର୍କରେ ଏକ ସଂକ୍ଷିପ୍ତ ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ବିଭିନ୍ନ ସ୍କଲାର୍‌ସିପ୍ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଆଇନ ସହାୟତା କେନ୍ଦ୍ରର ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ଦୁର୍ବାଦଳ ମନ୍ତ୍ରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଉଥିବା ୨୮ ଜଣ ପ୍ରଶାସନିକ ଅଧିକାରୀ, ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର କୁନ୍ତିରାଣୀ ପ୍ରଧାନ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ପଞ୍ଚାୟତ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *