ଏଚଆରପିସି ଲିଗାଲ ସେଲ ରାଜ୍ୟ ଅଧ୍ୟକ୍ଷ ହେଲେ ଆଇନଜୀବୀ ଜଗବନ୍ଧୁ ସାହୁ

ଏଚଆରପିସି ଲିଗାଲ ସେଲ ରାଜ୍ୟ ଅଧ୍ୟକ୍ଷ ହେଲେ ଆଇନଜୀବୀ ଜଗବନ୍ଧୁ ସାହୁ

ଏଚଆରପିସି ଲିଗାଲ ସେଲ ରାଜ୍ୟ ଅଧ୍ୟକ୍ଷ ହେଲେ ଆଇନଜୀବୀ ଜଗବନ୍ଧୁ ସାହୁ


କଟକ(ଏନ୍‌.ଏମ୍‌): ମାନବିକ ଅଧିକାର ସୁରକ୍ଷା ପରିଷଦ(ଏଚଆରପିସି)ର ରାଜ୍ୟ ଲିଗାଲ ସେଲ ଅଧ୍ୟକ୍ଷ ଭାବେ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ଆଇନଜୀବୀ ଜଗବନ୍ଧୁ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏଚଆରପିସିର ମୁଖ୍ୟ ଉପଦେଷ୍ଟା ତଥା ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟୟମୂର୍ତ୍ତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୁପାରିସ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡ଼ୁଙ୍କ ଅନୁମୋଦନ ପରେ ରାଷ୍ଟ୍ରୀୟ ଲିଗାଲସେଲ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଶ୍ରୀ ସାହୁଙ୍କୁ ଏହି ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ପରିଷଦ ରାଜ୍ୟ ସଂଯୋଜକ ଆଇନଜୀବୀ ମହମ୍ମଦ ଆରିଫଉଦ୍ଦିନ ଖାନ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି