ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର

ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର


#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ରହିଥିବା ସମସ୍ୟାର ସମାଧ୍‌ାନ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଦ୍ୟୁତ ବ୍ୟବହାର କରିବା ପରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ବିଲ ଆଦାୟ ହେଉଥିବାବେଳେ ଶୁଳ୍କ ବକେୟା ରହିଯାଉଥିଲା । ହେଲେ ଏଣିକି ଆଉ ବିଦ୍ୟୁତ ଶୁଳ୍କ ବାକିଆ ରହିବ ନାହିଁ ; ବରଂ ଆଗୁଆ ପଇଠ କରିବାକୁ ପଡ଼ିବ । ତେଣୁ ବିଦ୍ୟୁତ ପାଇଁ ଉପଭୋକ୍ତାଙ୍କ ଘରେ ଏଥର ପ୍ରିପେଡ୍ ସ୍ମାର୍ଟ ମିଟର ଲାଗିବ । ସିମ୍ କାର୍ଡ ଜରିଆରେ ବିଲ୍ ପେମେଣ୍ଟ କରାଯିବ । ମୋବାଇଲରେ ଆଗ ରିଚାର୍ଜ କରିବା ପରେ ଯେମିତି କଥା ହେଉଛନ୍ତି ସେହିଭଳି ଆଗ ପେମେଣ୍ଟ ଦେଇ ମିଟରରେ ରିଚାର୍ଜ(ଅଗ୍ରିମ ଶୁଳ୍କ) ଦେବା ପରେ ବ୍ୟବହାର ୟୁନିଟ ଅନୁଯାୟୀ ସେଥିରୁ ଟଙ୍କା କଟିବ । ତେଣୁ ବାଲାନ୍ସ ଶେଷ ହୋଇ ଯିବା ପରେ ଅଟୋମେଟିକ ବିଦ୍ୟୁତ ସରୋବରାହ ବିଚ୍ଛିନ୍ନ ହୋଇଯିବ । ତେବେ ଆଜି ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ଅନୁସାରେ ଏଣିକି ଏସଏଚଜି ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଏସଏଚଜି ମହିଳାମାନେ ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ । ଜଣେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାକୁ ପଡ଼ିବ । ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ୍ କମିଟି ବୈଠକରେ ଟାଟା ପାୱାର ଓ ଶକ୍ତି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥି ସହିତ ଯେଉଁ ଅଞ୍ଚଳରେ ଠିକ୍ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବା ସହ ଯେଉଁ ଘରକୁ ବିଜୁଳି ସଂଯୋଗ ହୋଇନି, ସେଠାକୁ ଯେପରି ତୁରନ୍ତ ବିଜୁଳି ଯୋଗାଇ ଦିଆଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *