‘ଉଡ୍ର’ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

‘ଉଡ୍ର’ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ


ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଉଡ୍ର’ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ଥିଲେ ଦିଅ, ନଥିଲେ ନିଅ ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ (ଷ୍ଟେସନ୍ ବଜାର ପାଖ ଚିନ୍ତାମଣିଶ୍ୱର ପେଟ୍ରୋଲ ପମ୍ପ ସାମ୍ନା) ଠାରେ ବିତରଣ କରାଯାଇଛି ।
ଥିଲେ ଦିଅ-ନଥିଲେ ନିଅ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବସ୍ତ୍ର ଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେମାନଙ୍କୁ ବଣ୍ଟନ କରାଯାଇଥିଲା । ୧୪୦ ପରିବାରଙ୍କୁ ନୂତନ କମ୍ବଳ ବଣ୍ଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଦେଇ ସେହିମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଉଡ୍ର ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବ ବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡାକ୍ଟର ସୂର୍ଯ୍ୟ ପ୍ରକାଶ, ସବ୍ୟସାଚ୍ଚି ପଟ୍ଟନାୟକ, ବିରଞ୍ôଚ ନାରାୟଣ ପଣ୍ଡା, ପୁଷ୍ପାଞ୍ଜଳି ସେଠୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ,‘ଉଡ୍ର’ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *