ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ

ଇଫୁ ମଲ୍ଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଚ୍ୟୁତ ସାମନ୍ତ

News by B. Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): କନ୍ଧମାଳ ଜିଲ୍ଲାର ଏମବିବିଏସ୍ ଛାତ୍ର ଇଫୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀବାସୀଙ୍କ ତରଫରୁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଲ୍ଲିକ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଏମବିବିଏସ୍ ପାଠପଢ଼ା ସାରି ଡାକ୍ତର ହେବେ ସେହି ଚିନ୍ତାରେ ରହିଥିଲେ । ଏଥିପାଇଁ ସେ ପର ଘରେ ମୁଲ ଲାଗିବାକୁ ବି ପଛାଉ ନଥିଲେ । ମାତ୍ର ଏଭଳି ଖବର ପ୍ରସାର ହେବା ପରେ ଇଫୁଙ୍କ ନିକଟକୁ ପ୍ରଶାସନ ଓ ସରକାର ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାର ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଡକ୍ଟର ସାମନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଶ୍ଚିତତାକୁ ପ୍ରମାଣିତ କରୁଛି ଯେ ‘ଓଡିଶା ମୋ ପରିବାର’ । ମୁଖ୍ୟମନ୍ତ୍ରୀ ସମଗ୍ର ଓଡ଼ିଶା ବାସୀଙ୍କ ଦୁଃଖ ବେଳେ ଠିଆ ହୋଇଛନ୍ତି । ତେଣୁ ଗରିବ ପରିବାର ପୁଅ ଇଫୁଙ୍କୁ ସହାୟତା ଦେଇଥିବାରୁ ଡକ୍ଟର ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଡକ୍ଟର ସାମନ୍ତଙ୍କୁ ଭେଟିଥିଲେ । ଏହି ଅବସରରେ ଆୟୋଜିତ ବୈଠକରେ ଡକ୍ଟର ସାମନ୍ତ ଇଫୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଦେଇଥିଲେ । ଏଥି ସହିତ ତାଙ୍କର ବିଭିନ୍ନ ଖର୍ଚ୍ଚକୁ ବହନ କରିବାକୁ ଘୋଷଣା କରିଥିଲେ । କିସ୍ ଫାଉଣ୍ଡେସନ୍ ତାଙ୍କ ଆକାଉଣ୍ଟରେ ୬୦ହଜାର ଟଙ୍କା ଜମା କରିସାରିଛି । ତାଙ୍କର ଚିକିତ୍ସା ପାଠ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ତାଙ୍କର ଖର୍ଚ୍ଚ ଫାଉଣ୍ଡେସନ୍ ବହନ କରିବ । ଡକ୍ଟର ସାମନ୍ତ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଇଫୁଙ୍କ ଦୁଇ ଭଉଣୀଙ୍କୁ କିସ୍‌ରେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବ ଯାହା ତାଙ୍କ ମନୋବଳକୁ ଆହୁରି ବୃଦ୍ଧି କରାଇବା ସହ ଆତ୍ମ ବିଶ୍ୱାସରେ ତାଙ୍କର ଡାକ୍ତରୀ ଶିକ୍ଷା ସମାପ୍ତ କରିବାରେ ସାହାଯ୍ୟ କରିବ । ଏହି ଅବସରରେ ଇଫୁ ତାଙ୍କ ଭାଇମାନଙ୍କୁ ଦିଆଯାଇଥିବା ସହାୟତା ପାଇଁ ଡକ୍ଟର ସାମନ୍ତ ଏବଂ କିସ୍ ଫାଉଣ୍ଡେସନକୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *