ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ


କଟକ(ଏନ୍‌.ଏମ୍‌.): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ସିପାହୀ ସହଦେବ ପରିଡ଼ାଙ୍କ ଅଫିସ, ଓଏମସି ସରକାରୀ ବାସଭବନ, ମାଳତୀ ପାଟପୁରରେ ଥିବା ଶଶୁରଘର, ପୁରୀ ଚନ୍ଦନପୁରରେ ଥିବା ପୈତୃକ ଘର, କଟକ ତିନିଘରିଆଛକ ନିକଟରେ ଥିବା ୩ମହଲା ବିଶିଷ୍ଟ ଅଟ୍ଟାଳିକା, ଗଣ୍ଡରପୁରସ୍ଥିତ ଆଜବେଷ୍ଟ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।
ଭିଜିଲାନ୍ସର ଚଢ଼ାଉ ଚାଲିଥିବାବେଳେ ତାଙ୍କ ଘରୁ ୪ଟି ବାଇକ, ନଗଦ ୨ଲକ୍ଷ ଟଙ୍କା, ବିପୁଳ ପରିମାଣର ସୁନା ଅଳଙ୍କାର ସହ ୧୭ଟି ବିଭିନ୍ନ ବ୍ୟାଙ୍କର ପାସବୁକକୁ ଜବତ କରିଛି ଭିଜିଲାନ୍ସ ଟିମ । ଭିଜିଲାନ୍ସ ବିଭାଗ ସୂଚନା ଅନୁଯାୟୀ ତାଙ୍କ ପୁଅ କିଶନ ପରିଡାଙ୍କ ନାମରେ ଗଣ୍ଡରପୁରରେ ପ୍ଲଟ, ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡାଙ୍କ ନାମରେ କଣ୍ଟିଲୋ ଓ ଗୋପାଳପୁରରେ ୨ଟି ପ୍ଲଟ ସହିତ ଶ୍ରୀ ପରିଡାଙ୍କ ନାମରେ ଭୁବନେଶ୍ୱର, ପାଣ୍ଡରା ଓ ପୁରୀ ମାଳତୀ ପାଟପୁରରେ ପ୍ଲଟ ରହିଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଜଣ ଡିଏସପି ପାହ୍ୟା ଅଧିକାରୀଙ୍କ ସମେତ ୯ଜଣ ଇନସ୍ପପେକ୍ଟର ପାହ୍ୟାର ଅଧିକାରୀ ସାମିଲ ରହିଛନ୍ତି । ତେବେ ଆହୁରି ଅନେକ ଆୟ ବହିର୍ଭୁତ ସମ୍ପତି ମିଳିବାର ସମ୍ଭାବନା ରହିଥିବା ଭିଜିଲାନ୍ସ ଚଢ଼ାଉକାରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *