ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ

ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ


ଢେଙ୍କାନାଳ(ଏନ୍‌.ଏମ୍‌.): ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଢେଙ୍କାନାଳର ଦେଉଳିସାହି ସ୍ଥିତ ବଜରଙ୍ଗ କ୍ଲକର ମୁଖ୍ୟ କାର୍ଯ୍ୟଳୟରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ଆନ୍ତର୍ଜାତୀୟ ମାନବାଧିକାର ସମ୍ପର୍କରେ ଆଲୋକପାତ ସହିତ ଭବିଷ୍ୟତରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛିି । ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସମସ୍ତ ସଦସ୍ୟ ପ୍ରତି ସେବା କାର୍ଯ୍ୟକୁ ଏକ ଦୃଢ ଓ ଦକ୍ଷତା ହାସଲ କରିବା ଏହାର ଲକ୍ଷ୍ୟ । ସାମାଜିକ ନ୍ୟାୟ ଏବଂ ଶକ୍ତିର ପ୍ରତ୍ୟେକ ଦୃଷ୍ଟି କୋଣରେ ସମାଜକୁ ପୂର୍ଣ୍ଣ ଗଠନ କରିବା ପାଇଁ ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ସାମାଜିକ ସେବାକୁ ବିଶ୍ୱ ବ୍ୟାପୀ ଗ୍ରାଉଣ୍ଡ ଜିରୋରେ ଅଭାବୀ ଲୋକଙ୍କୁ ସେବା କରିବା ପାଇଁ ନିମନ୍ତେ “ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦିବ୍ୟକୁସୁମ ଆଚାର୍ଯ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *