ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ

News by Ajit Kumar Mallick (Konark)

କୋଣାର୍କ(ଏନ୍‍.ଏମ୍‍.): ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଶତାଧିକ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ତେବେ ବ୍ୟବସାୟୀମାନେ ଜୀବନ ଜୀବିକା ହରାଉଥିବା ଯୋଗୁଁ ଉଛେଦ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟବସାୟୀମାନେ ଥଇଥାନ ଦାବିକରି ନିଜ ନିଜ ଦୋକାନ ସମ୍ମୁଖରେ ଶୋଇ ରହି ପ୍ରତିବାଦ କରିଥିଲେ । ପୁଲିସ ବଳପୂର୍ବକ ସେମାନଙ୍କୁ ହଟାଇ ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସପି, ତହସିଲଦାର, ତିନିଜଣ ଥାନାଧିକାରୀ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୋଣାର୍କ କୋର୍ଟ ଠାରୁ ନବଗ୍ରହ ପ୍ରବେଶ ପଥ ଏବଂ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା କଡରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ହଟାଇ ଦିଆଯାଇଛି । ଆଗକୁ ଏହି ପ୍ରକ୍ରିୟା ଜାରିରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *